କାଳୁପଡ଼ା ଘାଟ:-(ବିନୁ ଦାସ୍)ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡ଼ା ଗ୍ରାମପଞ୍ଚାୟତର ଚିଲିକା ଉପକୂଳ ଜଗନ୍ନାଥ ପୁର ଗ୍ରାମ ନିକଟସ୍ଥ ଘାଟରେ ମଧ୍ୟ ରାତ୍ରରେ ଘଟିଛି ଅଗ୍ନିକାଣ୍ଡ।ଗତବର୍ଷ ଏହି ସ୍ଥାନରେ ପୂର୍ଣଚନ୍ଦ୍ର ବେହେରା ନାମକ ମତ୍ସ୍ୟଜୀବୀ ଙ୍କର ଲକ୍ଷାଧିକ ଟଙ୍କାର ଡ଼ଙ୍ଗା ଏବଂ ଜାଲ ପୋଡି ଦେଇଥିଲେ।ତତ୍କାଳୀନ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ସନ୍ଦେହ ଘେରରେ ଦୁଇ ୩ ଜଣଙ୍କୁ ଅଟକ ରଖି ଛାଡିଥିଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ପୁନର୍ବାର ବୁଧବାର ମଧ୍ୟରାତ୍ରରେ ପୁଣି କେହି ଜଳଦସ୍ୟୁ ସେହି ସ୍ଥାନରେ ଲକ୍ଷାଧିକ ଟଙ୍କାର ଜାଲ କିଳା ପୋଡି ଭସ୍ମୀଭୂତ କରିଦେଇଛନ୍ତି।ଯାହା ଫଳରେ ତିନୋଟି ଡ଼ଙ୍ଗା ର ମଙ୍ଗ ପୋଡ଼ି ହୋଇଥିବା ସୂଚନା ମିଳିଛି ଏବଂ ସାତ ଲକ୍ଷ ରୁ ଅଧିକ ଟଙ୍କାର ଜାଲ କିଳା ପ୍ରଭୁତି ପୋଡ଼ି ଭସ୍ମୀଭୂତ ହୋଇଛି।ଗତବର୍ଷ ଏହି ସମୟରେ ହୋଇଥିବା ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ପୂର୍ଣଚନ୍ଦ୍ର ସରକାରୀ ସହାୟତା ପାଇନଥିବା ବେଳେ ପ୍ରକୃତ ଦୋଷୀ କୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଧରି ନପାରିଥିବା ବେଳେ ପୁଣି ଥରେ ଅଗ୍ନିକାଣ୍ଡ ଜଳଦସ୍ୟୁ ଙ୍କର ଅରାଜକତା କୁ ଅଞ୍ଚଳବାସୀ ଦୃଢ଼ ନିନ୍ଦା କରିବା ସହିତ ପ୍ରକୃତ ଦୋଷୀ ଧରା ହେବକି ନାହିଁ ତାକୁ ନେଇ ବିରାଟ ପ୍ରଶ୍ନ ବାଚି ସୃଷ୍ଟି କରିଛି।ଅଗ୍ନିକାଣ୍ଡ କୁ ଟାଙ୍ଗୀ ଦମକଳ ବିଭାଗ ନିଆଁ ଲିଭାଇ ଯାଇଥିବା ବେଳେ ଟାଙ୍ଗୀ ଥାନାଧିକାରୀ ଦିଗ୍ ବିଜୟ ବିଶ୍ୱାଳ ଏସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପଦକ୍ଷେପ ନେବେ ବୋଲି ଆମ ପ୍ରତିନିଧି ଙ୍କୁ କହିଛନ୍ତି।