ଆଜାଦ କୀ ଅମୃତ ମହୋତ୍ସବ ପାଳନ ଅବସରରେ ଓଡି଼ଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଗୁଣପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ଆସର ଅନୁଷ୍ଠିତ ।

ଗୁଣପୁର,୧୫/୦୮(ସିଦ୍ଧାର୍ଥ ଦାଶ) : ଆଜାଦ କୀ ଅମୃତ ମହୋତ୍ସବ ପାଳନ ଅବସରରେ ଓଡି଼ଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଗୁଣପୁର ସରସ୍ଵତୀ ଶିଶୁ ମନ୍ଦିର ଠାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ଆସର ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବରେଣ୍ୟ ଅତିଥିଭାବେ ଗୁଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସୂର୍ଯ୍ୟ ନାରାୟଣ ପଣ୍ଡା, ରାମନଗୁଡ଼ା ବ୍ଲକ ର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସୁଜନ ମଲ୍ଲିକ, ଶିଶୁ ମନ୍ଦିରର ସମ୍ପାଦକ ଶ୍ରୀ ସୋମନାଥ ଗଉଡ, ଶିକ୍ଷାବିତ୍ ଗୋବିନ୍ଦ ସେନାପତି, ଆୟୋଜକ ଶ୍ରୀ ପ୍ରତାପ କୁମାର ରାୟ ଓ ସଂଯୋଜକ ରମେଶ ମିଶ୍ର ମଞ୍ଚାସୀନ ହୋଇଥିଲେ, ସରସ୍ଵତୀ ଶିଶୁ ମନ୍ଦିରର ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଗଲା | କବି ଅଶ୍ୱିନୀ କୁମାର ତ୍ରିପାଠୀ ସ୍ୱାଗତ୍ ଅଭିଭାଷଣ ପ୍ରଦାନ କରିଥିଲେ, ବରିଷ୍ଟ କବି ପ୍ରଭାତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ | କବିତା ଗୁଡିକୁ ଶ୍ରୀମତୀ ବେବୀ ରାଣୀ ନନ୍ଦ ଓ ପ୍ରମୋଦ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଗୁରୁଜୀ ଘୁଙ୍ଗୁଡ଼ ରାମ୍ ପାତ୍ର ବନ୍ଦେ ମାତରମ୍ ଗାନ କରିଥିଲେ | ସର୍ବ ମୋଟ ତେଇଶି ଗୋଟି ଦେଶାତ୍ମବୋଧକ କବିତା ପାଠ କରା ଯାଇଛି |ବରିଷ୍ଠ କବି ସୀମାଞ୍ଚଳ କର, ସହଦେବ ରଥ, ନରସିଂହ ଶତପଥୀ, କୈଳାଶ ଦାଶ, ସଂଯୁକ୍ତା ତ୍ରିପାଠୀ, ଶାନ୍ତିଲତା ରଥ, ନରସିଂହ ପଟ୍ଟନାୟକ, ଗାୟତ୍ରୀ କୁମାରୀ ମିଶ୍ର, ଦୂର୍ଗା ପ୍ରସାଦ ଶତପଥୀ, ଦୂର୍ଗା ପ୍ରସାଦ ପାଣିଗ୍ରାହୀ, ଓ ଅନ୍ୟାନ୍ୟ ବରିଷ୍ଠ କବି କବିତା ପାଠ କରିଥିବା ବେଳେ ସନ୍ତୋଷ କୁମାର ମିଶ୍ର ଓ ନୀଳ ମାଧବ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |