ରାୟଗଡ,୧୫/୦୮(ପ୍ରଫୁଲ୍ଲ କୁମାର ବେହେରା) : ସ୍ଵାଧିନତା ର ପୂର୍ତ୍ତି ଉପଲକ୍ଷେ ଦେଶ ବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହାର ଝଲକ ରାୟଗଡ଼ା ଜିଲ୍ଲାରେ ମହାସମାରୋହରେ ପାଳିତ ହେଉଥିବା ଦେଖିବାକୁ ମିଳୁଛି। ଭାରତୀୟ ମଜଦୁର ସଂଘ ର କେନ୍ଦ୍ର ନିଷ୍ପତ୍ତି କ୍ରମେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସ୍ତାନିୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିରାଟ ପଟୁଆରରେ ମଶାଲ ଏବଂ ଜାତୀୟ ପତାକା ଧରି ସତାଧିକ କର୍ମୀମାନେ ରାୟଗଡ଼ା ନଗର ପରିକ୍ରମା କରି ଗଜପତି ଛକ ଠାରେ ପହଞ୍ଚି ସଭାର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତ ପ୍ରମୁଖ ଶ୍ରୀଯୁକ୍ତ ଦୀପକ କୁମାର ରାଉତ , ଭାରତୀୟ ମଜଦୁର ସଂଘ ର ରାଜ୍ଯ ସଂପାଦକ ତଥା ଗଞ୍ଜାମ , ଗଜପତି , ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଯୋଗେଶ୍ଵର ଦାସ ଏବଂ ସଂଘର ଜିଲ୍ଲା ଉପଦେଷ୍ଟା ଶ୍ରୀ କିଶୋର କୁମାର ସାହୁ ଯୋଗ ଦେଇ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ ର ମହତ୍ୱ ଏବଂ ଭାରତ ସ୍ଵାଧିନତା ରେ ମୂଖ୍ୟ ଭୂମିକା ନେଇଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସୃତ୍ତି ଚାରଣ କରିଥିଲେ।
ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ମହନ ରାଓ ମାଝୀ ଏବଂ ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍ , ବିଶ୍ଵକର୍ମା ମଜଦୁର ସଂଘ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ଅଟୋ ଚାଳକ ସଂଘ , ହଟେଇ କର୍ମଚାରୀ ସଂଘ ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ , ଉପସଭାପତି ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଦୂର୍ଗା ମାଧବ ଘୋଷ , ସହ ସଂପାଦକ ନେହା ସିଂ , ସଂଘଠନ ସଂପାଦକ ଖଗେଶ୍ବର ସିଂ , ରାୟଗଡ଼ା ବ୍ଳକ ସଂପାଦକ ପରମା ନନ୍ଦ ପ୍ରଧାନ , କେ କେ ଜେନା , ପ୍ରଳୟ ସାହୁ , କଲ୍ୟାଣୀ ଦାଶ , ପଦ୍ମା ସେନାପତି , ପରିଚାଳନା କରିଥିଲେ ।