ରାୟଗଡ,୧୪/୦୮(ପ୍ରଫୁଲ୍ଲ କୁମାର ବେହେରା): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘର ଭୁଶୁଡି ବାସ ହରା ହେଇଛନ୍ତି ପରିବାର। ଅଳ୍ପକେ ବର୍ତିଯାଇଛନ୍ତି ପରିବାର ଲୋକେ। ପ୍ରତ୍ୟକ୍ଷ ଦର୍ଶୀ ମାନେ କହିବାନୁସାରେ ଗତ କାଲି ରାତିରେ ଭୋଜନ ସାରି ଶୋଇ ଯାଇଥିଲେ କିନ୍ତୁ ଲଗାଣ ବର୍ଷା ଯୋଗୁଁ ହଠାତ ଘରର କାନ୍ଥ ଘର ବାହାର ଆଡକୁ ପଡି ଯାଇଥିଲା। ଏହି ସବ୍ଧ ଶୁଣି ଧଡ଼ ପଡ଼ ସବ୍ଧ ଶୁଣି ଭୟଭୀତ ହେଇ ବାହାରକୁ ଚାଲି ଆସିଥିଲେ। ଏହି ଭଳି ଅଭାବନୀୟ ପରିସ୍ଥିତି ଘଟିଛି ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଜଗାମୁଣ୍ଡା ପଞ୍ଚାୟତ ର ଜଗଦୀଶ ରଣାଙ୍କ ଘରେ। ସେ ଜଣେ ମନ୍ଦିର ପୂଜକ ଅଟନ୍ତି ପୂଜା ପାଠ ଓ ଗ୍ରାମ ଦେବତୀ ଭଗବାନ ସେବା ବ୍ରତ ତାଙ୍କର,ପୂରୋହିତ କାମ କରି ଗୁଜୁରାଣ ମେଣ୍ଟାଇ ଥାନ୍ତି। ସେ ଜଣେ ଅତ୍ୟନ୍ତ ଗରିବ ହେଇଥିବାରୁ ବାରମ୍ବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନ କୁ ଆବାସ ଘର ପାଇଁ ଜଣାଇ ଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଏହି ଖବର ପାଇ ସ୍ଥାନୀୟ ଆଦିବାସୀ ନେତା ତଥା ଭାରତୀୟ ଜନତା ପାର୍ଟି ର ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ବିଦ୍ୟାଧର ଶବର ବର୍ଷାରେ ଭିଜି ଭିଜି ଯାଇ ପିଡୀତଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇ ଥିଲେ। ଏନେଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ଙ୍କୁ ଜଣାଇ ଦିଆଯାଇଛି ବୋଲି ଶ୍ରୀ ଶବର କହିଛନ୍ତି। ଏହି ପରିପ୍ରେକ୍ଷୀରେ ଗରିବ ପରିବାରଙ୍କୁ ଏକ ପକା ଘର ଯୋଜନାରେ ସାମିଲ କରାଇ ବାସ ଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବୀ କରିଛନ୍ତି।