ଲଘୁଚାପ ଜନିତ ବର୍ଷା ରେ ଭୁଷୁଡି ପଡିଲା କାନ୍ଥ ଅଳ୍ପକେ ବର୍ତିଲେ ପରିବାର।

ବିଷମକଟକ/ରାୟଗଡ-୧୪/୦୮(ପ୍ରଫୁଲ୍ଲ କୁମାର ବେହେରା) ଗରିବ ର ଶତ୍ରୁ ସାଜିଛି ଲଘୁଚାପ ଜନିତ ଲଗାଣ ବର୍ଷା,ସାତ ତାରିଖ ରୁ ଲାଗିଛି ବର୍ଷା ଥମିବାର ନା ଧରୁନି,ଫଳ ରେ ଛାନିଆଁ ଫସିଛି ଝାଟି ମାଟି ର ଘରେ ରହୁଥିବା ଗରିବ ଲୋକ ମାନଙ୍କୁ,ରାତି ରେ ଜାଗର ,ଦୀନ ରେ ଶୁନ୍ୟ ଏଭଲି ସ୍ଥିତି ରେ ଜୀବନ ବିତାଉଛନ୍ତି | ଏଭଲି ଏକ ଦ୍ରୁଶ୍ୟ ଆମେ ଦେଖିବାକୁ ପାଉଛୁ ,ରାୟଗଡା ଜିଲା,ବିଷମକଟକ ବ୍କକ, ଡାଲିଆକୁଜି ପଞ୍ଚାୟତ ର ୧୧ ନ° ୱାଡ ଦେଓଗା ଗ୍ରାମ ରେ, ଦେଓଗା ଗ୍ରାମ ଡାଲିଆକୁଜି ପଞ୍ଚାୟତ ରେ ମିଶି ୧୦ ବର୍ଷ ବିତି ସାରିଲାଣି ହେଲେ ଏଠି ସ୍ବପ୍ନ ସାଜିଛି ସରକାରି ଆବାସ ଯୋଜନା ,ସଦାକୁସୁଲିଆ ପିତା ନାମ କୁସୁଲିଆ,ଦୀର୍ଘ ୫୦ ବର୍ଷ ହେବ ଝାଟି,ମାଟି,ଟିଣ,କୁଡିଆ ଘରେ ବସବାସ କରି ରହି ଆସୁଛନ୍ତି |ହେଲେ ତାଙ୍କୁ ସ୍ବପ୍ନ ସାଜିଛି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଆବାସ ଯୋଜନା ,ବର୍ତମାନ ଦାଉ ସାଧିଲା ସାତ ତାରିଖ ରୁ ଲାଗିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ,ଲଘୁଚାପ ବର୍ଷା ର ପ୍ରଭାବ ରେ ସଦାକୁସୁଲିଆ ଙ୍କ ଘର ପଛ ପାର୍ଶ କାନ୍ଥ ଭୁଷୁଡି ପଡିଲା ,ଏବ° ଉକ୍ତ ଘର ର ସମସ୍ତ କାନ୍ଥ ଆଁ କରି ଫାଟ ସୁଷ୍ଟି ହେଇଛି | କେତେବେଳେ ଯେ ସ°ପୁର୍ଣ ଭାଙ୍ଗିଯିବ ନିଶ୍ଚିତ କହିହେବ ନାହି ତେଣୁ ଭୟଭୀତ ରେ ଅଛନ୍ତି ପରିବାର |

ଏ ବିଷୟ କୁ ନେଇ ବିଷମକଟକ ତହସିଲ ଶୁଭେନ୍ଦୁ ଜେନା ସହ ଯୋଗା ଯୋଗ କରିବାରୁ ସେ ତଦନ୍ତ ପାଇଁ ଆର୍ ଆଇ କୁ ପଠାଇଥିଲେ, ନିଜ ପରିବାର କୁ ବଞ୍ଚେଇବା ପାଇଁ ସେମାନଙ୍କ ଆଶ୍ରୟ ସାଜିଛି ପଡିସା ଘରର ବାରଣ୍ଡା। ସଦା କୁସୁଲିଆ ଦୀନ ମଜୁରିଆ ହେଇଥିବାରୁ ନିଜ ପରିବାର ସମ୍ବାଳିବା କଷ୍ଟକର ହେଉଥିବା ବେଳେ ,ଘର ବା କଣ ବାନ୍ଦିବେ ,ଏଣୁ ସେ ପ୍ରସାସନ କୁ ନିବେଦନ କରିଛନ୍ତି ଜେ ,ପ୍ରସାସନ ସାହାଯ୍ୟ ସହଯୋଗିତା କଲେ ,ପୁନର୍ବାର ଘର କାନ୍ଥ ନିର୍ମାଣ କରିବେ ! ଆଗକୁ ଦେଖିବା ବାକି ରହିଲା ସରକାର କଣ ପଦଖେପ ନେବେ ,ଦେଖିବାକୁ ବାକିରହିଲା l (ରାୟଗଡ ରୁ ପ୍ରଫୁଲ୍ଲ କୁମାର ବେହେରା)