ଢେଙ୍କାନାଳ,୧୦/୦୮(ଶୁଭମ ପାଣି ):: ଢେଙ୍କାନାଳ ବସ ଷ୍ଟାଣ୍ଡ ପରିସରରେ ଏକ ମାନସିକ ରୋଗୀ ଇତସ୍ମିତ ହୋଇ ବୁଲୁଥିବାର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳଙ୍କ ନଜରକୁ ଆସିଥିଲା। ସଙ୍ଗେ ସଙ୍ଗେ ଶ୍ରୀମତି ମମିତା ସାହୁ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ, ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ସତ୍ୟପିର ମିଶ୍ର ଙ୍କ ସହିତ ଆଲୋଚନା କରି ସଙ୍ଗେସଙ୍ଗେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେକି ଉକ୍ତ ମାନସିକ ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା କରାଇ ଥଇଥାନ କରିବାପାଇଁ । ସର୍ବପରେ ଉକ୍ତ ମାନସିକ ରୋଗୀଙ୍କୁ ଉଦ୍ଧାରକରି ତାଙ୍କୁ କଟକସ୍ଥିତ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ପଠାଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ରଉପରୋକ୍ତ ମହାନ କାର୍ଯ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଥିବାବ୍ୟକ୍ତି ମାନେ ଉଚ୍ଚ ଫ୍ରଶସାକରି ମାନସିକ ରୋଗୀଟି ପୁର୍ନଜନ୍ମ ପାଇଲା ବୋଲି କହିଥିଲେ ।