ବିଷମକଟକ/ରାୟଗଡ଼,(ପ୍ରଫୁଲ୍ଲ କୁମାର ବେହେରା) : ୩୨ ଜଣ ହିତାଧିକାରୀଙ୍କୁ ଆୟ ଉପାର୍ଜନ ପାଇଁ ଜଣକ ପିଛା୨୭୦୦୦ ଟଙ୍କା ଅନୁଦାନ, କୋଚରଲା ଗ୍ରାମର୧୨ଜଣ ହିତାଧିକାରୀ ଙ୍କୁ ସୋଲାର ଲାଇଟ, ଧୂମ୍ର ବିହୀନ ଚୁଲା ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ଏବଂ ଆଇନ ବିଭାଗ,ଓଡ଼ିଶା ସରକାର ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କର କମଲେସୁରେ ବଣ୍ଟନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବିଷମକଟକ ପଂଚାୟତ ସମିତି, ସରପଞ୍ଚ, କୁରଲୀ ଓ ଚାଟିକୋଣା ଗ୍ରାମ ପଂଚାୟତ,ସ୍ୱତନ୍ତ୍ର ଅଧିକାରୀ, ଡିକେଡିଏ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।