ବାଣପୁର: ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କଲେଜ ଛକ ଦୁଇପଟୁ ମୁଖ୍ୟ ରାସ୍ତାରୁ ରଞ୍ଜନ ଦାସଙ୍କ ଘର ପର୍ଯନ୍ତ , ସତ୍ୟନାରାୟଣ ମୁଦୁଲିଙ୍କ ଘର ଠାରୁ କୋଟ ବିଦ୍ୟାଧରପୁର ୟୁପି ସ୍କୁଲ ଯାଏ କଟକଣା ଜାରି କରାଯାଇଛି । ସେହିପରି ସୁଶାନ୍ତ ରଥଙ୍କ ଘର ଠାରୁ ତ୍ରୀନାଥ ସାହୁଙ୍କ ଘର ପର୍ଯନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଚାରିପଟରୁ ଏନଏସି ଅଫିସ ରାସ୍ତା ପର୍ଯନ୍ତ, ପ୍ରକାଶ ମେଡିକାଲ ଷ୍ଟୋର ଓ ମେଡିକାଲ କ୍ୟାମ୍ପସକୁ ଲାଗିରହିିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କଟକଣା ଜାରି କରାଯାଇଛି । ଏହି ସବୁ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ୭ଟାରୁ ୩୧ ତ।ରିଖ ସନ୍ଧ୍ୟା ୭ଟା ପର୍ଯନ୍ତ ଚଳପ୍ରଚଳକୁ ସଂପୂର୍ଣ୍ର ନିଷିଦ୍ଧ କରାଯାଇଛି ।