ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜାମିନ ମିଳିଛି । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ପ୍ରଶାନ୍ତ ଯାଇପାରିବେ ନାହିଁ । ଯଦି ନିର୍ବାଚନ ମଣ୍ଡଳୀକୁ ଯିବେ ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯାଇପାରିବେ । ନିର୍ବାଚନ ମଣ୍ଡଳୀକୁ ଯିବାକୁ ହେଲେ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଏଥି ସହିତ ୫ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସି ସଭାସମିତି କରିପାରିବେ ନାହିଁ ଚିଲିକା ବିଧାୟକ । ଏନେଇ ଆଇନଜୀବୀ ମାନସ ଚାନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଥାଉକି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବାକୁ ନେଇ ଗିରଫ ହୋଇ ଜେଲ ଯାଇଥିଲେ । ଗାଡ଼ି ଧକ୍କାରେ ମୋଟ୍ ୨୭ ଜଣ ଲୋକ ଆହତ ହୋଇଥିଲା।