କଳାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ

ଢେଙ୍କାନାଳ,୨୭/୦୬(ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା କଳାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଦେଇଥିବା ଟଙ୍କାକୁ ପ୍ରଧାନ ଶିକ୍ଷକ ଙ୍କ ସମେତ ପରିଚାଳନା କମିଟିର ଚେୟାରମ୍ୟାନ ଚଞ୍ଚକତା କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ଅଭିଭାବକ।ସ୍କୁଲ ର ସମସ୍ତ ଅଭିଭାବକ ସ୍କୁଲକୁ ପିଲାଙ୍କର COVID19 ରେ ମିଳିଥିବା ଟଙ୍କା ପାଇଁ ଯାଇଥିଲେ।ସ୍କୁଲର ନିୟମ ୨୦୦ ଦିନର ଖାଦ୍ୟପାଇଁ ୧୦୮୪ ଟଙ୍କା ପରିବର୍ତ୍ତେ ୧୦୦୦ ଓ ଷଷ୍ଠ ରୁ ଅଷ୍ଟମ ସ୍କୁଲ ପିଲାମ୧୬୬୦ ପରିବର୍ତ୍ତେ ୧୫୦୦ ଟଙ୍କା ଦେବାରୁ ଏହାର ପ୍ରତିବାଦ କଲେ ଅଭିଭାବକ ।କିନ୍ତୁ କୌଣସି ସୁଫଳ ନିମିଳିବାରୁ କଳାଙ୍ଗ ଅଂଚଳର ସମସ୍ତ ଅଭିଭାବକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକାଠି ହୋଇ ଏନେଇ ସ୍କୁଲ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନ ଙ୍କ ନାମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।ତୁରନ୍ତ ଏହାର ତଦନ୍ତ ଦାବି କରିଛନ୍ତି।