“ଆମ ସହର ଆମ ଉନ୍ନତି ଯୋଜନା” କାର୍ଯ୍ୟକାରୀ କରା ଯାଉନ ଥିବାରୁ ୱାର୍ଡ ବାସୀଙ୍କ ଗଣଧାରଣା

ବାଲିଗୁଡା,୨୦/୦୬ (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର ସହରାଞ୍ଚଳର ଉନ୍ନତି ପାଇଁ ଘରକୁ ଘର ପାନୀୟ ଜଳ ଯୋଗାଣ ନିମନ୍ତେ “ଆମ ସହର ଆମ ଉନ୍ନତି ଯୋଜନା” ଆରମ୍ଭ କରିଥିଲେ, କିନ୍ତୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇପାରିଲାନି l ଏଭଳି ସମସ୍ୟା କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି l ୱାର୍ଡ ବାସୀମାନଙ୍କ ଅଭିଯୋଗ ହେଲା ଘରକୁ ଘର ପାଇପ ଯୋଗେ ପାଣି ପହଞ୍ଚି ପାରିଲା ନାହିଁ l ନିର୍ବାହୀ ଯନ୍ତ୍ରୀ ଟ୍ରାକଟର ଯୋଗେ ୱାର୍ଡକୁ ୱାର୍ଡ ଟ୍ୟାଙ୍କର ଦ୍ୱାରା ପହଞ୍ଚିବା ପାଇଁ ବ୍ୟବସ୍ଥା କରିଥିବା ବେଳେ ତାହା ମଧ୍ୟ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ କରୁଛନ୍ତି l ପାନୀୟ ଜଳରୁ ବିଶୁଦ୍ଧ କରାଯାଉନାହିଁ l ସେଥିରେ ବ୍ଲିଚିଙ୍ଗ ପାଉଡର ପଡୁନାହିଁ, ଟ୍ୟାଙ୍କର ଯୋଗେ ଆସୁଥିବା ପାଣି ଦିନେ ଆସିଲେ ଦିନେ ଆସୁନି l ଏନେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆମେ ୱାର୍ଡ ବାସୀ ଗଣଧାରଣା ରେ ବସିଛୁ ବୋଲି ୧ ନମ୍ବର ୱାର୍ଡର କାଉନସିଲର ଅଜୟ କୁମାର ଦିଗାଲ ପ୍ରକାଶ କରିଛନ୍ତି l