ଟାଙ୍ଗୀ:-୧୮/୦୬(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ କହିଲେ ଏକ କ୍ରୀଡାବିତଙ୍କର ପରିଚିତ ନାମ।ଟାଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ଶ୍ରେଷ୍ଠ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ଥିବାବେଳେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବହୁ ପୂର୍ବରୁ ସୁନାମ ରହିଛି।ଏକଦା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କରି ଚର୍ଚ୍ଚା ରେ ଥିବା ଟାଙ୍ଗୀ ର ଚିଲିକା ଷ୍ଟାଡିଅମ ଆଜିବି କ୍ରୀଡା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।କେଉଁଠି କ୍ରିକେଟ ମହାସମର ର କ୍ରିକେଟ ପ୍ରିମୀୟର ଲିଗ ଅନୁଷ୍ଠିତ ହେଉଥିବା ବେଳେ ଟାଙ୍ଗୀ ଚିଲିକା ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ଟାଙ୍ଗୀ ଫୁଟବଲ ଲିଗ୍ ଟୁର୍ଣାମେଣ୍ଟ । ଟାଙ୍ଗୀ ଗ୍ରାମର ଅଗ୍ରଣୀ ଯୁବଗୋଷ୍ଠୀ ଗିରୀଗୋବର୍ଦ୍ଧନ କମିଟି ଦ୍ୱାରା ଆୟୋଜିତ ହେଉଥିବା ଏହି ଟୁର୍ଣାମେଣ୍ଟ ରେ ୬ ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଛନ୍ତି । ଆୟୋଜିତ ଟୁର୍ଣାମେଣ୍ଟ ରେ ଅତିଥି ଭାବରେ ଟାଙ୍ଗୀ ମିଡ଼ିଆ ସଂଘର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା , ସଂଘର ଉପଦେଷ୍ଟା ତଥା ସାମ୍ବାଦିକ ଭାଗିରଥୀ ଛୋଟରାୟ , ସାମ୍ବାଦିକ କାହ୍ନୁ ଚରଣ ବେହେରା , ଦେବୀ ପ୍ରସାଦ ଦାସ(ବିନୁ) , ଆଲୋକ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
ଅତିଥିମାନେ କ୍ରୀଡାବିତ୍ ମାନଙ୍କ ସହିତ କର-ମର୍ଦ୍ଦନ କରି ଉତ୍ସାହିତ କରିଥିଲେ । ଅନ୍ୟ ପଟରେ ଆୟୋଜିତ ଟୁର୍ଣାମେଣ୍ଟ ର ବିଜେତା ଦଳକୁ ୧୩ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପ-ବିଜେତା ଦଳକୁ ୧୦।ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ର ସଭାପତି ଗିରୀଶ କୁମାର ବେହେରା ଏବଂ ସମ୍ପାଦକ ସମର ମାଝୀ ସୂଚନା ଦେଇଛନ୍ତି । ଆୟୋଜକ କମିଟିର ଏଭଳି ପ୍ରୟାସକୁ ଟାଙ୍ଗୀ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।ଅପରପକ୍ଷରେ ଏହି ଫୁଟବଲ ମହାସମର ରେ ସ୍ଥାନୀୟ କ୍ରୀଡ଼ାବିତ ଙ୍କୁ ଏକ ଉତ୍ତମ ପ୍ଲାଟଫର୍ମ ଦେଇଥିବା ବେଳେ ଫାଇନାଲ ମ୍ୟାଚ ପାଇଁ ଦର୍ଶକ ମାନଙ୍କୁ ଫୁଟବଲ କ୍ରୀଡା ପ୍ରତି ମନୋବଳ ବୃଦ୍ଧି ପାଇଁ ଏବଂ ଭରପୁର ଦର୍ଶକ ହେବା ପାଇଁ ଦର୍ଶକ ମାନଙ୍କ ପାଇଁ ପୁରସ୍କାର ସ୍ୱରୂପ ଏକ ଲଟେରୀ ଉଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।ସ୍ଥାନୀୟ ଜନସାଧାରଣ ଏହାକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି।