ଚିଲିକା:-୧୮/୦୬(ବିନୁ ଦାସ୍):-ଆସୁଛି ମୌସୁମୀ ଜନିତ ବର୍ଷା ଋତୁ। ସମ୍ଭାବ୍ୟ ବାତ୍ୟା,ବନ୍ୟାକୁ ଦୃଷ୍ଟି ରେ ରଖି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି ବାତ୍ୟା ମୁକାବିଲା ନେଇ ପ୍ରାକ ପ୍ରସ୍ତୁତି ବୈଠକ।ଚିଲିକା ବ୍ଲକ ସଭାଗୃହରେ ଚିଲିକା ବିଡ଼ିଓ ଶ୍ରୀମତୀ ଶୁଷମା ବାରିକଙ୍କ ଅଧକ୍ଷତାରେ ଏହି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରକାଶ ଥାଉକି ଚିଲିକା ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତ ର ନିର୍ବାଚିତ ସରପଞ୍ଚ,ବ୍ଲକ ଅଧୀନରେ ଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସମ୍ପାଦକ ବୃନ୍ଦ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ନାଚୁଣି ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରା,ଚିଲିକା ଅଗ୍ନିଶ୍ରମ ବିଭାଗ (ଗଙ୍ଗାଧରପୁର)ର ଫାୟାର ଅଫିସର ମନୋଜ କୁମାର ସାହୁ,ଚିଲିକା ବ୍ଲକ ଜିପିଓ,ବିଦ୍ୟୁତ ବିଭାଗ, ମତ୍ସ୍ୟ ବିଭାଗର ଅଧିକାରୀ ଙ୍କର ସମେତ ମହିଳା ଶିଶୁ ସୁରକ୍ଷା ବିଭାଗ,ଶାମୁକା ବିଭାଗୀୟ ଅଧିକାରୀ, ଚିଲିକା ବ୍ଲକ ବସୁଧା ଅଧିକାରୀ ମାନେ ଯୋଗଦେଇଥିଲେ।
ପ୍ରତିବର୍ଷ ପରି ଏବର୍ଷ ସମ୍ଭାବ୍ୟ ବାତ୍ୟା ବନ୍ୟା କୁ ସଫଳ ମୁକାବିଲା ଲାଗି ରବିବାର ଦିନ ଓଡ଼ିଶାର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ ସହ ଓଡ଼ିଶାର ସମସ୍ତ ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ର ସମ୍ମୁଖରେ ପୂର୍ବାହ୍ନରେ ମକ୍ ଡ୍ରିଲ କରାଯିବା ନେଇ ଆମ ପ୍ରତିନିଧି ଙ୍କୁ ଚିଲିକା ଫାୟାର ଅଫିସର ମନୋଜ କୁମାର ସାହୁ ପ୍ରକାଶ କରିଛନ୍ତି।ଜନସାଧାରଣ ଏଥିରେ ସାମିଲ ହେବାକୁ ନିବେଦନ କରିଛନ୍ତି।