ଢେଙ୍କାନାଳ, ୧୪/୦୬(ଶୁଭମ ପାଣି): ଢେଙ୍କାନାଳ ରଥ ଗଡ଼ା ସ୍ଥିତ ରଥ ଖଳା ଠାରେ ଆଦି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଅଖରେ ଚକ ସଂଯୋଗ କରାଯାଇଥିଲା । ସ୍ଥାନିୟ ବଳରାମ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ ପୂଜକ ମଳୟ କର ଚକକୁ ପୂଜା କରିଥିଲେ ଓ ଚକ ସଂଯୋଗ କରାଯାଇଥିଲା । ଏଥିରେ ଉପସ୍ଥିତ ଥିଲେ ଦେବତ୍ତର ନିରିକ୍ଷକ ପ୍ରଦ୍ୟୁନ୍ନ କୁମାର ତ୍ରିପାଠୀ, ଦେବତ୍ତର ରାଧାନାଥ ରଥ, ମୁଖ୍ୟ ମହାରଣା ସନ୍ତେଷ ଓଝା, ସୁରେଶ ମହାରଣା, ବାପି ଓଝା, ଜୟ ମହାରଣା, ଦିପକ ମହାରଣା,କାଠିନି ସଣ୍ଢ, କେଶବ ଓଝା ଉପସ୍ଥିତିରେ ଅଖରେ ଚକ ସଂଯୋଗ କରାଯାଇଥିଲା । ଏଥିରେ ମନ୍ଦିରର ଜିମା ଜାର ଶ୍ୟାମସୁନ୍ଦର ପାଣି ଗ୍ରାହୀ ଉପସ୍ଥିତ ଥିଲେ । ।