ପାଣି ସମସ୍ୟା ଘେରରେ ଲୋକେ |ଅଭିଯୋଗ କଲେ ମଧ୍ୟ ନିରବ ସାଜିଛି ପି ଏଚ ଡ଼ି ବିଭାଗ |

ରାଜଗାଙ୍ଗପୁର,(ମନୋଜ ଭୋଳ):- ଦିନକୁ ଦିନ ଗ୍ରୀଷ୍ମ ପ୍ରଭାବ ବଢି ଚାଲୁଛି |ଏହା ସହ ଲୋକ ମାନେ ମୁନ୍ଦେ ପାଣି ପାଇଁ ନାହିଁ ନଥିବା ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଏମିତିକି ଲୋକେ ଅଭିଯୋଗ କଲାପରେ ପାଣି ତ ମିଳିପାରିଲା ନାହିଁ ହେଲେ ପି ଏଚ ଡି ବିଭାଗ ତରଫରୁ ପାଣି ପାଇପ ସଜଡା ପାଇଁ ରାସ୍ତା ରେ ଗାଢ଼ କରି ଦିଆଗଲା ଯାହା ଆଜକୁ ପ୍ରାୟ 2 ମାସ ହେବ ସେମିତି ରାସ୍ତା ଉପରେ ଖୋଲା ପଡିଛି |ଯାହା ଫଳରେ ରାତ୍ରି ସମୟ ରେ ଏହି ରାସ୍ତା ଦେଇ ଆସୁଥିବା ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଏ ଭଳି ଅଭାବନୀୟ ଦୃଶ୍ୟ ଦେଖିଶକୁ ମିଳିଛି ରାଜଗାଙ୍ଗପୁର ସହର ସ୍ଥିତ ଝୁପୁଡି ପଡା ରେ |ଘର ଘର କୁ ପାଇକ ଯୋଗେ ପାଣି ଯୋଗାଇବା ପ୍ରକଳ୍ପ ଅନିଯାଇ ଗତ କିଛି ମାସ ହେବ ପାଇପ ଯୋଗେ ପାଣି ଆସୁଥିବା ବେଳେ ବହୁ ସ୍ଥାନରେ ପାଇପ ଫାଟି ପାଣି ନଷ୍ଟ ହେଉଛି ହେଲେ ଝୁପୁଡି ପଡା ରେ ଲୋକ ମାନଙ୍କ ଘରେ ପାଣି ଆସୁନାହିଁ |ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ପି ଏଚ ଡି ବିଭାଗ ଦ୍ଵାରା ରାସ୍ତା ଖୋଳା ଯାଇ ପାଇପ ଚେକ କରାଯିବା ସହ ଏହାକୁ ସଜାଡି ଦିଆଯିବ ବୋଲି କୁହାଯିବା ସହ ରାସ୍ତା ରେ ଗାଢ଼ କରିଥିଲେ |ଏହା ପରେ କାହାର ଦେଖା ନାହିଁ |ଆଜକୁ ପ୍ରାୟ ଦୁଇ ମାସ ହେଲାଣି ଉକ୍ତ ରାସ୍ତା ରେ ଗାଢା ଖୋଲାଯାଇ ଛାଡି ଦିଆଯାଇଛି |ଫଳରେ ଉକ୍ତ ରାସ୍ତା ରେ ଯିବା ଆସିବା କରୁଥିବା ଲୋକ ମାନଙ୍କୁ ରାତ୍ରି ସମୟ ରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି |ଏହା ସହ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ପାଣି ପାଇଁ ଝୁପୁଡି ପଡା ବାସିନ୍ଦା ହନ୍ତ ସନ୍ତ ହେଉଛନ୍ତି |ଏଣୁ ଏ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବା ନେଇ ଦାବି ହୋଇଛି |