ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନୀ ସଭା

ଟାଙ୍ଗୀ:-୧୬/୦୪(ବିନୁ ଦାସ୍):- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେ ସ୍ଥାପିତ ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଙ୍ଗଣରେ ଶନିବାର ଦିନ ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଅଛି ।ଏହି ଉଦଯାପନୀ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିତାଂଷୁ ଭୂଷଣ ନନ୍ଦ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ସୁଶ୍ରୀ ଐଶ୍ୱର୍ୟା ସେନାପତି(ମଣ୍ଡଳ ଉନ୍ନୟନ ଅଧିକାରୀ, ଟାଙ୍ଗୀ) , ସମ୍ମାନୀତ ଅତିଥି ସୁଶ୍ରୀ ରିଶ୍ମା ମାନ୍ଧାତା (ଅଧ୍ୟକ୍ଷା, ଟାଙ୍ଗୀ ପଞ୍ଚାୟତ ସମିତି), ସମ୍ମାନୀତ ଅତିଥି ରାମଚନ୍ଦ୍ର ମହାପାତ୍ର (ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ), ସମ୍ମାନୀତ ଅତିଥି ରଘୁନାଥ ସାହୁ( ପୂର୍ବତନ ସଭାପତି), ସମ୍ମାନୀତ ଅତିଥି ବିଜୟ କୁମାର ମଲ୍ଲିକ( ଆରକ୍ଷୀ ନିରୀକ୍ଷକ, ଟାଙ୍ଗୀ),ସମ୍ମାନୀତ ଅତିଥି ପ୍ରାଧ୍ୟାପକ ଡା. ଅଶୋକ କୁମାର ନନ୍ଦ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ( ଅବସରପ୍ରାପ୍ତ ବିଚାରପତି, ଖାଉଟି ଅଦାଲତ), କାର୍ଯ୍ୟକ୍ରମ ସଂଯୋଜକ ରଞ୍ଜନ କୁମାର ମହାପାତ୍ର(ଅଧ୍ୟାପକ, ପ୍ରାଣୀବିଜ୍ଞାନ), ପ୍ରସିକ୍ଷିକା ଆସ୍ମା ବେଗମ ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ ଉପସ୍ଥିତ ରହିଥିଲେ। ଓଡ଼ିଶୀ ସହିତ ଅନ୍ୟାନ୍ୟ କାର୍ଯକ୍ରମ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା । ଅନୁଷ୍ଠାନର ୧୬୦ ଜଣ ଛାତ୍ରୀ ପ୍ରଶିକ୍ଷା ଗ୍ରହଣ କରିଥିଲେ। ସର୍ବ ଶେଷରେ ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ଦାସ (ଅଧ୍ୟାପକ, ଉଦ୍ଭିଦବିଜ୍ଞାନ) ଧନ୍ୟବାଦ ଅର୍ପଣ କରିଥିଲେ।