ଜଙ୍ଗଲ ନିଆଁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା


ଟାଙ୍ଗୀ/୨୯/୩(ବିନୁ ଦାସ୍):- ଜଙ୍ଗଲ ରେ ଲାଗୁଛି ନିଆଁ , ଏହା ମନୁଷ୍ଯକୃତ ହୋଇପାରେ ଅଥବା ପ୍ରକୃତି ଦ୍ୱାରା ହୋଇପାରେ , ତଥାପି ଏହି ଜଙ୍ଗଲ ନିଆଁ କୁ ଆମ୍ଭେମାନେ କିଭଳି ରୋକିବାରେ ସମର୍ଥ ହେବା ଏବଂ ଜଙ୍ଗଲ କୁ କିଭଳି ସୁରକ୍ଷା କରି ପାରିବା ସେନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ଜଙ୍ଗଲ ବିଭାଗ ପକ୍ଷରୁ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗର ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମୋରାମରି ପଞ୍ଚାୟତ ସଲପଢିହ ଗ୍ରାମର ଫରେଷ୍ଟ-ବିଟ୍-ହାଉସ ପରିସରରେ ଆୟୋଜିତ ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଟାଙ୍ଗୀ ବନ ବିଭାଗ ର ଟାଙ୍ଗୀ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବସନ୍ତ ମାଳି ମୁଖ୍ଯଅତିଥି, ଏବଂ ସ୍ଥାନୀୟ ସମିତି ସଭ୍ଯ ରତ୍ନାକର ପ୍ରଧାନ, ସାମାଜିକ କର୍ମୀ ଏସ. କେ. ଆବିଦ, ସୁକାନ୍ତ ନାୟକ, ହର୍ଷକଶ୍ୟପ ସୁଆର, ଯୁବନେତା ଅଭିଜିତ ବିଶ୍ବାଳ, ପରିବେଶବିତ୍ ଧନେଶ୍ବର ବିଧାର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟ ପଟରେ ଯୁବ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ ମୁଖ୍ଯବକ୍ତା ଭାବେ ଯୋଗଦେଇ ଥିଲେ। ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ। ଜଙ୍ଗଲ ସୁରକ୍ଷିତ ରହିଲେ, ଆମେ ସୁରକ୍ଷିତ ରହିବା । ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଜରୁରୀ । ଜଙ୍ଗଲ କ୍ଷୟ ହେଲେ, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ବନ୍ଯଜନ୍ତୁ ମଧ୍ଯ ପ୍ରଭାବିତ ହୋଇଥାନ୍ତି । ଆମେ ସଚେତନ ହେଲେ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରାଯାଇପାରିବ। ପ୍ରତ୍ଯେକ ବ୍ଯକ୍ତି ବୃକ୍ଷ ରୋପଣ ଲାଗି ଅତିଥି ମାନେ ଆହ୍ବାନ ଦେଇଥିଲେ। ଏହି ଜନସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବହୁ ଜନ ସାଧାରଣ , ସମାଜସେବୀ , ବୁଦ୍ଧିଜୀବୀ , ଯୁବଗୋଷ୍ଠୀ , ଜନ ପ୍ରତିନିଧି , ମହିଳା ସଂଗଠନ ସାମିଲ ହୋଇଥିଲେ । ଫରେଷ୍ଟ ବିଟ୍-ହାଉସ ର ବନ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।