ଟାଙ୍ଗୀ :- ୧୭/୩- ଚିଲିକା ବିଧାୟକ ପ୍ରଶାନ୍ତ ଓରଫ ଗଣେଶ ଜଗଦ୍ଦେବ ଙ୍କୁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ କ୍ୟାମ୍ପସ ମଧ୍ୟରେ ମାରଣାନ୍ତକ ଆକ୍ରମଣ ଘଟଣାରେ ଏବେ ବଡ଼ ପୋଖରୀଆ ପଞ୍ଚାୟତ ଗ୍ରାମବାସୀ ଙ୍କର ପ୍ରତିବାଦ ସାମ୍ନାକୁ ଆସିଛି । ଚିଲିକା ନିର୍ବାଚନ ମଣ୍ଡଳୀ ର ବାଣପୁର ରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଚିଲିକା ବିଧାୟକ ଙ୍କ ଗାଡି ଦୁର୍ଘଟଣା କୁ ଢାଲ କରି ବିଜେପି ର କର୍ମୀ ସମର୍ଥକମାନେ ଚିଲିକା ବିଧାୟକ ଙ୍କୁ ନିସ୍ତୁକ ମାଡ ମାରି ଲହୁ ଲୁହାଣ କରିଦେଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଚିଲିକା ବିଧାୟକ ଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଆକ୍ସନ ହୋଇଛି । ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଙ୍କର ବହୁ ଦଳୀୟ କର୍ମୀ-ସମର୍ଥକ ଅଛନ୍ତି ହେଲେ ବିଧାୟକ ଙ୍କର ଏହି ଦୁଃଖଦ ସମୟରେ କେହିବି ସାଥ୍ ଦେଲେନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ସମସ୍ତେ ନୀରବ ଦ୍ରଷ୍ଟା ସାଜିଲେ । ଠିକ୍ ଏତିକି ବେଳେ ବିଧାୟକ ଙ୍କର ନିଜ ଗାଁର ଗ୍ରାମବାସୀ ଏବେ ସାମ୍ନାକୁ ଆସିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଙ୍କ ଉପରେ ଯେଭଳି ବର୍ବୋରଚିତ୍ତ ଭାବେ ଜୀବନରେ ମାରି ଦେବାଭଳି ମାରଣାନ୍ତକ ଆକ୍ରମଣ କରାଯାଇଛି ତାହାକୁ ବିଧାୟକ ଙ୍କର ଗାଁ ବଡପୋଖରୀଆ ଗ୍ରାମର ଗ୍ରାମବାସୀ ସହଜରେ ହଜମ କରିପାରୁ ନାହାଁନ୍ତି । ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ଶୀଳ୍ପପତି ସଚ୍ଚିନ୍ ବଳିଆରସିଂ ଙ୍କ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ରିଆକ୍ସନ୍ ଦେଖିବା ପାଇଁ ମିଳିଥିଲା । ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବଡପୋଖରୀଆ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ସାଗର ବଳିଆରସିଂ ଏବଂ ଅନେକ ଶିକ୍ଷାବିତ୍ , ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ ।ଘଟଣା ଟି ରାଜନୈତିକ ମୋଡ଼ ନେଉଥିବା ବେଳେ ଏହି ସମ୍ବେଦନଶୀଳ ଘଟଣା ରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ମଧ୍ୟ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ସେହିଭଳି ଭାବରେ ଦୁର୍ଘଟଣାରେ ବିଧାୟକ ଙ୍କର ଗାଡ଼ି ମାଡିଯିବା ଯୋଗୁଁ ବହୁ ସ୍ଥାନୀୟ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ସେହଭଳି ଭାବରେ ବାଣପୁର ଥାନାଧିକାରୀ ରଶ୍ମୀ ରଞ୍ଜନ ସାହୁ ଘଟଣା ସ୍ଥଳରେ ନିଜର ପୋଲିସ ବାହିନୀ ସହ ଶାନ୍ତିଶୃଙ୍ଖଳା ରଖିବାକୁ ସମସ୍ତ ଉଦ୍ୟମ କରିଥିଲେ ବି ଘଟଣା ସ୍ଥଳରେ ବିଧାୟକ ଙ୍କର ଗାଡ଼ି ମାଡିଯାଇ ରଶ୍ମୀ ରଞ୍ଜନ ସାହୁ ମଧ୍ୟ ଆହତ ହୋଇ ଚିକିତ୍ସା ହେଉଛନ୍ତି।ସେହିଭଳି କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।ଏହି ଘଟଣା କୁ ଦୁଇ ଜଣ ସାମ୍ବାଦିକ ଭିଡିଓ ଉତ୍ତୋଳନ କରୁଥିବା ବେଳେ ସାଧାରଣ ଲୋକ ଙ୍କର ମାଡ଼ରେ ଲହୁଲୁହାଣ ହୋଇଥିଲେ।ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ବିଧାୟକ ଙ୍କର ଗ୍ରାମବାସୀ ଏବଂ ସମସ୍ତ ଆହତ ବ୍ୟକ୍ତିଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନ ଙ୍କୁ ପ୍ରାର୍ଥନା କରିଛନ୍ତି।