ରାଜଗାଙ୍ଗପୁର : ବେକରେ ଫାସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଅନ୍ତର୍ଗତ ରାଣୀବନ୍ଧ ନ୍ୟୁ କଲୋନୀ ରେ ଜଣେ ଯୁବକ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛନ୍ତି ରାଣୀ ବନ୍ଧ ନ୍ୟୁ କଲୋନୀ ନିଵାସୀ କେଦାର ଡୁଙ୍ଗ ଙ୍କ ୨୨ ବର୍ଷୀୟ ପୁଅ କୁନାଲ ଡୁଙ୍ଗ । ପ୍ରାପ୍ତ ସୂଚନା ଅନୁଯାୟୀ ବୁଧୁବାର ଦିନ ରାତ୍ରି ପ୍ରାୟ ୧୨ ସମୟରେ କୁନାଲ ଖାଇ ପିଇ ନିଜ ରୁମ୍ ରେ ଭିତର ପଟୁ କବାଟ ଦେଇ ଶୋଇଥିଲା । ଗୁରୁବାର ଦିନ ସଖାଳେ ବାରୁ ପଡା ଜିତୁ ଟୋଲି ନିଵାସୀ ତାଙ୍କ ଭିଣୋଇ ମୋତିଲାଲ ଲହରୀ ତାଙ୍କୁ ଡାକିବା ସହ କବାଟ ବାଡାଇଥିଲେ ମଧ୍ୟ ଭିତର ପଟୁ କେହି କବାଟ ନଖୋଲିବା ସହ କେହି ଉତ୍ତର ମଧ୍ୟ ଦେଇ ନଥିଲେ । ଫଳରେ କବାଟ ଭାଙ୍ଗି ଦେଖିବା ପରେ କୁନାଲ ବେକରେ ଫାଶି ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡ଼ିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ କୁନାଲ ଗତ କିଛି ଦିନ ହେବ ନିଶା ନିବାରଣ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ବେଳେ ସେ ଆଇ ଟି ଆଇ ପରୀକ୍ଷା ମଧ୍ୟ ଦେଇ ପାରି ନଥିଲେ । ତେଣୁ ସେ ମାନସିକ ଅଶାନ୍ତ ରହୁଥିବା ବେଳେ ସେ ଏପରି କରିଥିବା ଜଣାପଡ଼ିଛି । ପୋଲିସ କୁ ଏନେଇ କୁନାଲ ଙ୍କ ପରିବାର ତରଫରୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିବା ଜଣାପଡିଛି ।