କଡ଼ା ଆଭିମୁଖ୍ୟ ନେଲେ ଏସ୍ ଡ଼ିପିଓ ନିରପେକ୍ଷ ନିର୍ବାଚନ ପାଇଁ ଟାଙ୍ଗୀ ସାରା ପୋଲିସ ଛାଉଣୀ

କାଳୁପଡ଼ା ଘାଟ:-୧୫/୦୨, (ବିନୁ ଦାସ ଙ୍କ ରିପୋର୍ଟ):- ଆସନ୍ତା କାଲି ଟାଙ୍ଗୀ ବ୍ଲକ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପାଇଁ ଗାଁର ଗଳିକନ୍ଦିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି । ଅପରାଧିକ ଘଟଣା କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଡିଏସପି ନିରୂପମା ମଲ୍ଲିକ ଏବଂ ବାଲୁଗାଁ ଏସ୍ ଡ଼ିପିଓ ମାନସ ରଞ୍ଜନ ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ସ୍ମୃତି ରଞ୍ଜନ ଶତପଥୀ ଙ୍କ ଉପସ୍ଥିତି ରେ ସଶସ୍ତ୍ର ପୋଲିସ ବାହିନୀ ଏବଂ ଟାଙ୍ଗୀ ଥାନା ଓ ଭୁଷଣ୍ଡପୁର ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ଗାଁ ଛକ ମାନକଂରେ ଫ୍ଲାଗ୍ ମାର୍ଚ୍ଚ କରିବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ନିର୍ବାଚନ କୁ ଖୋଲା ମତ ସାବ୍ୟସ୍ତ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।

ଆଇନ ଉଲଘଂନକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି ।ଏସ୍ଡିପିଓ ବାରିକ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦେବା ସହ ତାଙ୍କ ଅଧୀନରେ ଥିବା ତିନିଗୋଟି ବ୍ଲକ ଯଥା ଚିଲିକା, ବାଣପୁର, ଟାଙ୍ଗୀ ଅଞ୍ଚଳରେ ଯଦି କୌଣସି ସ୍ଥାନରେ ନିର୍ବାଚନ ହିଂସା କିମ୍ବା ସେ ସମ୍ପର୍କିତ ଅଭିଯୋଗ ଆସିଲେ ସିଧାସଳଖ ଜନସାଧାରଣ ୯୦୭୮୯୩୪୯୩୪ ଉକ୍ତ ନମ୍ବର ଦ୍ୱାରା ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକଙ୍କୁ ଅଭିଯୋଗ କରିପାରିବେ।ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପହଁଚି କାର୍ଯ୍ୟାନୁଷ୍ଠାନ ନେବାପାଇଁ କହିଛନ୍ତି। ପୋଲିସ ର ଏଭଳି କଡା-ଆଭିମୁଖ୍ୟ ଦେଖି ଦଲାଲ , ଟାଉଟର , କୁଜି ନେତା , ମଦ୍ୟପ ମାନେ ଛନକା ହୋଇଛନ୍ତି । ପରିସ୍ଥିତି ଅଣାୟତ ହେଲେ ବିକଳ୍ପ ପନ୍ଥା ଅବଲମ୍ବନ କରାଯିବ ବୋଲି ଏକ୍ସ୍ୟୁଟିଭ୍ ମାଜିଷ୍ଟ୍ରେଟ ସ୍ମୃତି ରଞ୍ଜନ ଶତପଥୀ କହିଛନ୍ତି ।