ମୁମ୍ବାଇ: ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଶୁକ୍ରବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରବୀନା ରୁଢ଼ିବାଦୀ ନିୟମଙ୍କୁ ଭାଙ୍ଗିବା ସହ ନିଜ ବାପାଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଆଉ ରବି ଟଣ୍ଡନଙ୍କ ମୃତ୍ୟୁରେ ପୁରା ପରିବାରରେ ଶୋକର ଛାୟାର ଖେଳିଯାଇଛି । ଅନେକ ସେଲିବ୍ରିଟି ତାଙ୍କର ଶେଷ ଦର୍ଶନ ପାଇଁ ଆସିଥିବା ନଜର ଆସିଥିଲା । ଆଉ ବାପାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ରବୀନା । ସୋସିଆଲ ମିଡିଆରେ ନିଜ ବାପାଙ୍କ ସହ ବିତାଇଥିବା ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି ।