ରାଜଗାଙ୍ଗପୁର, (ମନୋଜ ଭୋଳ ଙ୍କ ରିପୋର୍ଟ):-ଆଜିର ଏ ଡିଜିଟାଲ ଯୁଗରେ ବହୁ ସମୟରେ ଏପରି ଅଭିଯୋଗ ଦେଖିବାକୁ ମିଳେ ଯେ ଫେସବୁକ ହେଉ କିମ୍ବା ସୋସିଆଲ ମିଡ଼ିଆ ସାଇଡ ରେ ଝିଅ ମାନେ ପୁଅ ମାନଙ୍କୁ ଭିଡିଓ କଲ କରି ତାଙ୍କ ସହ ପ୍ରେମ ଆଳାପ କରିବା ସହ ଏ ସବୁ ରେକଡିଂ କରି ରଖି ଭିଡିଓ ଭାଇରଲ କରିଦେବାକୁ କହିବା ସହ ପୋଲିସ ର ଧମକ ଦେଇ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରନ୍ତି |ହେଲେ ବର୍ତ୍ତମାନ ଶିଳ୍ପପତି ଓ ପୁଞ୍ଜିପତି ମାନଙ୍କୁ ମହିଳା ମାନେ ନିଶାନା କରି ସେମାନଙ୍କ ସହ ପ୍ରେମ ଆଳାପ କରିବା ସହ ସମ୍ବନ୍ଧ ସ୍ଥାପନ କରିବା ସହ ଏହା ପରେ ବିଭାହ କରିବାକୁ କହିବା ଓ ମୋଟା ଅଙ୍କର ଟଙ୍କା ମାଗିବା ମସୁଧା ଚଳାଉଥିବା ବେଳେ ଏଥିରେ ବିଫଳ ହୋଇ ତାଙ୍କ ନାମରେ ପୋଲିସ ଥାନାରେ ଅଭିଯୋଗ କରି ତାଙ୍କୁ ବଦନାମ୍ କରିବାକୁ ପଛାଉ ନାହାନ୍ତି | ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ | ଜଣେ ବିଧବା ମହିଳା ରାଜଗାଙ୍ଗପୁର ରେ ରହି ତାଙ୍କର ଗୋଟିଏ ୧୦ବର୍ଷ ର ଝିଅକୁ ନେଇ ଦୁଇଟି ଟ୍ରକ ରଖି ତାଙ୍କ ପରିବାର ପ୍ରତି ପୋଷଣ କରି ଆସୁଥିଲେ । କୋଭିଡ଼ି ପାଇଁ ତାଙ୍କର ବ୍ୟବସାୟ ଠିକ ଭାବେ ନ ଚାଲିବା ପରେ ପ୍ରତିପୋଷଣ ରେ ବାଧ୍ୟ ସୃଷ୍ଟିହେବାପରେ ଜଣେ ଟ୍ରାନପୋଟ ମାଲିକ ପାଖକୁ ଯାଇ ତାଙ୍କ ଟ୍ରକଗାଡି ଟି କିପରି ଚାଲିବ ଏ ନେଇ କଥା ହୋଇ ଥିଲେ। ଏହା ପରେ ପରେ ତାଙ୍କ ସହ ପ୍ରୀତି ସ୍ଥାପନ କରିବାପରେ ସେ ବିଭିନ୍ନ ସ୍ଥାନ ବୁଲିବ ପାଇଁ ତାଙ୍କୁ କହିବା ସହ ପରବର୍ତ୍ତି ସମୟରେ ତାଙ୍କୁ ନେଇ ପରିଭ୍ରମଣ କରିଥିଲେ । ଏପରି ଦୀର୍ଘ ୫ମାସ ଦୁହେଁ ଙ୍କ ମଧ୍ୟରେ ସମ୍ବନ୍ଦ ସ୍ଥାପନ ପରେ ଉକ୍ତ ମହିଳା ତାଙ୍କୁ ବିବାହ କର ନହେଲେ ମୋତେ ମୋଟା ଅଙ୍କରେ ଟଙ୍କା ଦେବା ପାଇଁ ବାଧ୍ୟ କରି ଅଡି ବସିଥିଲେ | ଏହା ସହ ତାଙ୍କୁ ପୋଲିସ ଧମକ ଦେଇଥିଲେ। ଟ୍ରାନ୍ସ ପ୍ରୋର୍ଟ ମାଲିକ ଉକ୍ତ ମହିଳାଙ୍କୁ ବହୁତ ବୁଝାଇବା ସହ ମୁ ଏତେ ଟଙ୍କା ଦେଇ ପାରିବି ନାହିଁ କହି ମନା କରିବା ପରେ ମହିଳା ଜଣଙ୍କ ଟ୍ରାନ୍ସପୋଟ ମାଲିକ ଙ୍କ ନାମରେ ପ୍ରେମ ପ୍ରତାରଣା କରି ମୋ ସହ ବାଧ୍ୟତାମୂଳକ ଭାବେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ କରି ଲିଖିତ ଭାବେ ଥାନାରେ ଏତଲା ଦେଇଥିବା ଜଣାପଡିଛି | ବିଧବା ମହିଳା ଙ୍କ ଅଭିଯୋଗ କୁ ଟ୍ରାନ୍ସପୋଟ ମାଲିକ ଖଣ୍ଡନ କରି ତାଙ୍କ ସହ ହୋଇଥିବା ଘଟଣା ଉପରେ ମହିଳା ଜଣକ ତାଙ୍କୁ ଫସାଉ ଥିବା ନେଇ ମତ ବ୍ୟକ୍ତ କରିଛନ୍ତି |