ଭୂଷଣ୍ଢପୁର-୨୫/୧୨(ବିନୁ ଦାସ୍):-ଟ୍ରେନ୍-ଲାଇନ ( ରେଳ ଟ୍ରାକ୍ ଅତିକ୍ରମ ବେଳେ ଆହତ ହୋଇଛି ଜଙ୍ଗଲି ହାତୀ ।ପୂର୍ବତଟ ରେଳବାଇ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନର ଭୁଷଣ୍ଡପୁର ରେଳ ଷ୍ଟେସନରେ ନିକଟରେ ଥିବା କନ୍ତଳ ବାଇ ରେଳବାଇ ଫାଟକ ନିକଟରେ ଘଟିଛି ଏହି ଦୁର୍ଘଟଣା । ହାତୀପଲ ରେଳ ଟ୍ରାକ୍ ଅତିକ୍ରମ କରୁଥିଲେ , ଟ୍ରେନ୍ ଧକ୍କା ଦେଇଛି , କେତୋଟି ହାତୀ ଆହତ ହୋଇଛନ୍ତି ସଠିକ ତଥ୍ୟ ମିଳିନାହିଁ । ହାତୀ ମାନେ ସେଠାରେ ରହିଥିବା ଯୋଗୁଁ ଘଟଣା ସ୍ଥଳକୁ କେହି ବି ଯାଇପାରୁ ନାହାନ୍ତି। ଟ୍ରେନ୍ ଧକ୍କାରେ ଗୋଟିଏ ହାତୀ ଗୁରୁତର ଆହତ ହୋଇଛି । ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ହାତୀ ଟି ଗୁରୁତର ଆହତ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଜଙ୍ଗଲ ମଧ୍ୟରେ ଏକ ହାତୀପଲ୍ଲ ଅଛନ୍ତି ।
ଏହି ହାତୀ ପଲ୍ଲ ରେ ୧୯ ଟି ହାତୀ ଥିବା ବନ ବିଭାଗର ରେଞ୍ଜର ସୂଚନା ଦେଇଛନ୍ତି । ଦିନରେ ଜଙ୍ଗଲ ମଧ୍ୟରେ ଏବଂ ରାତିରେ ରେଳ ଟ୍ରାକ୍ ଅତିକ୍ରମ କରି ଏହି ହାତୀପଲ୍ଲ ଧାନ ଚାଷ ଜମି କୁ ଧାନ ଫସଲ ଖାଇବା ପାଇଁ ଯାଉଥିଲେ । ଠିକ୍ ଏତିକି ବେଳେ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଟାଙ୍ଗୀ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି । ଅନ୍ଧାର ରାତିରେ ସଠିକ ତଥ୍ୟ ବନ ବିଭାଗ ପକ୍ଷରୁ ଦିଆଯାଇ ପାରୁନାହିଁ । ଟ୍ରେନ୍ ଧକ୍କା ଯୋଗୁଁ ହାତୀ ଟିର ରକ୍ତସ୍ରାବ ହେଉଛି । ଚାଲିବା ଅକ୍ଷମ ହୋଇଛି ଆହତ ହାତୀ ।ଅପର ପକ୍ଷରେ ଦିନକୁ ଦିନ ହାତୀ ଆକ୍ରମଣ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବୃଦ୍ଧି ପାଇଛି।ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।ଅପରପକ୍ଷରେ ରେଳବିଭାଗ ମଧ୍ୟ ସମସ୍ତ ଟ୍ରେନ ର ଗତିପଥ କୁ ନିୟନ୍ତ୍ରଣ କରି ସୁରକ୍ଷା ମଧ୍ୟରେ ଯାତ୍ରା କରିଛି।