ରାଜଗାଙ୍ଗପୁର,୨୫/୧୧(ମନୋଜ ଭୋଳ):- ବର୍ତ୍ତମାନ ଦିନକୁ ଦିନ ରନ୍ଧନ ଗ୍ୟାସ ଓ ଖାଦ୍ୟ ସାମଗ୍ରୀର ଦର ଦାମ ବଢିବାକୁ ଲାଗୁଥିବା ବେଳେ ସାଧାରଣ ପରିବାରର ଲୋକଙ୍କୁ ପରିବାର ଚଳାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଏହାକୁ ଦୃଷ୍ଟି ରେ ରଖି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଜି ଯୁବ କଂଗ୍ରେସ ପକ୍ଷରୁ ରନ୍ଧନ ଗ୍ୟାସ ଓ ଦର ଦାମ ବୃଦ୍ଧିକୁ ନେଇ ରାଜଗାଙ୍ଗପୁର ସହର ସ୍ଥିତ ଲିପଲୋଇ ବସ୍ ଷ୍ଟାଣ୍ଡ ସମ୍ମୁଖ ରେ ଏକ ଜନ ଜାଗରଣ ଅଭିଯାନ ସହ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା |
ଏହି ଜନ ସାଧାରଣ ଅଭିଯାନ ରେ ଯୁବ କଂଗ୍ରେସର ସୁନ୍ଦରଗଡ଼ ଜିଲ୍ଲା ସଭାପତି ଅଲବର୍ଟ କିଣ୍ଡୋ,ରାଜଗାଙ୍ଗପୁର ଟାଉନ କଂଗ୍ରେସ ଉପ ସଭାପତି ଦେବ ରଞ୍ଜନ ବିନୋଦ ,ଅମ୍ବିକା ମହାନ୍ତି ,ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଉପାଧ୍ୟାୟ ,ବସନ୍ତ ସାହୁ ,ନିର୍ବାଚନ ମଣ୍ଡଳୀ ସଭାପତି ସୁଧାଂଶୁ ସାହୁ (ବାପି) ,ଓ ଅନ୍ୟାନ୍ୟ କଂଗ୍ରେସ ସଦସ୍ୟ ଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା |ଏହି ଜନ ଜାଗରଣ ଅଭିଯାନ ରେ କିଭଳି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜର କଳା ନୀତି କୁ ବଢ଼ାଇ ଚାଲିଥିବା ବେଳେ ଆଜିର ଦିନରେ ରନ୍ଧନ ଗ୍ୟାସ ଓ ଖାଦ୍ୟ ସାମଗ୍ରୀ ର ଦର ହୁ ହୁ ହୋଇ ବଢିବାକୁ ଲାଗିଛି |ଲୋକଙ୍କୁ ସ୍ବପ୍ନ ଦେଖାଇ କଳା ଧନ ଆଣିବା କୁ କହି କେନ୍ଦ୍ର ସରକାର ଦେଶ ରେ ହି ନିଜର କଳା ନୀତି ବଢ଼ାଇ ଚାଲିଛି ଯାହା ଫଳରେ ପୁଞ୍ଜି ପତି ମାନେ ଆହୁରି ଧନୀ ହେଉଥିବା ବେଳେ ଗରିବ ଲୋକଙ୍କ ପାଇଁ ନିଜ ପରିବାର ଚଳାଇବା କଷ୍ଟ କର ହୋଇପଡୁଛି | ରାଜ୍ୟ ସରକାର ମଧ୍ୟ କେଉଁ ଗୁଣ ରେ କାମ ନୁହେଁ |
ରାଜ୍ୟ ସରକାର ଙ୍କ ମା କୁ ସମ୍ମାନ ଓ ଗରିବ ଙ୍କୁ ପେଟ ପୁରା ଖାଦ୍ୟ ଯାହା କି ପ୍ରହସନ ପାଲଟିଛି |ଏହି ସବୁ କୁ ଦେଖି ଏହି ଲୋକ ମାନଙ୍କ ସମସ୍ୟା ଓ ଲୋକଙ୍କ କଷ୍ଟ କୁ ଦେଖି ଆଜି ଯୁବ କଂଗ୍ରେସ ସରକାର ଙ୍କ କଳା ନୀତି କୁ ବିରୋଧ କରିବା ସହ ଏହାର ପ୍ରତିବାଦ କରିବା ସହ ଆଜି ଏକ ଜଣ ଜାଗରଣ ଅଭିଯାନ କରିବା ସହ ,ସରକାର ଙ୍କ ଦରଦାମ ବୃଦ୍ଧି କୁ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ କଳା ନୀତିକୁ ଘୋର ବିରୋଧ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି | ଆଗାମୀ ଦିନରେ ଯଦି ଏପରି ଦର ଦାମ ବୃଦ୍ଧି ପାଏ କିମ୍ବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦିଗରେ କୋଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗକୁ ଯୁବ କଂଗ୍ରେସ ତରଫରୁ ଆନ୍ଦୋଳନ ବୃହତ୍ତ ରୂପ ନେବ |
ଏହି ଜଣ ଜାଗରଣ ଅଭିଯାନ କାର୍ଯ୍ୟ କ୍ରମ ରେ ଯୁବ କଂଗ୍ରେସ ର ଜୟ ପ୍ରକାଶ ବାଦୀ,କୃଷ୍ନା ବଡ଼ିକ,ଲକ୍ଷ୍ମନ ନାୟକ,ତାରା ସାପୋଇ ଅନ୍ୟାନ୍ୟ ଯୁବ କଂଗ୍ରେସ ର ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ସର୍ବ ଶେଷରେ ଯୁବ କଂଗ୍ରେସ ଟାଉନ ସଭାପତି ସୁଧାଂଶୁ ରଞ୍ଜନ ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ |