ଟାଙ୍ଗୀ:-୧୭/୧୧(ବିନୁ ଦାସ୍):-ଦିନକୁ ଦିନ ଟାଟା କମ୍ପାନୀ ବିଜୁଳି ଗ୍ରାହକ ମାନଙ୍କୁ ଶୋଷଣ କରୁଥିବା ଦେଖାଯାଉଛି।ପ୍ରତି ମାସରେ ବାର୍ଷିକ ମରାମତି ନାମରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରିବା ଏକ ନିତିଦିନିଆ ଅଭ୍ୟାସ।ଟାଟା କମ୍ପାନୀ ଗ୍ରାହକ ମହଲରେ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଚିତ୍ର କିନ୍ତୁ ଅଲଗା।କେଉଁଠି ବିଜୁଳି ବିଲ କୁ ନେଇ ତ୍ରୁଟି ପରିଲକ୍ଷିତ ହେଉଥିବା ବେଳେ ଅଦିନିଆ ବିଦ୍ୟୁତ କାଟ ଗ୍ରାହକ ମାନଙ୍କୁ ବ୍ୟତିବ୍ୟସ୍ତ କଲାଣି।ଅଭିଯୋଗ କଲେ ବିଭଗୀୟ ଅଧିକାରୀ ନାଲି ଆଖି ଦେଖାଉଛନ୍ତି ଯାହା ଫଳରେ ବିଜୁଳି ବିଭାଗ ରେ ମନମୁଖୀ ଶାଶନ କରୁଛି।ଏପରିକି ଗ୍ରାହକ ମାନଙ୍କ ପାଇଁ ଉଦିଷ୍ଟ ନମ୍ବର 1912 ରେ ଅଭିଯୋଗ କରିବା ଏକ ପ୍ରହସନ ପାଲଟିଛି।ଅଭିଯୋଗ ହେବାର ଦଶ ଦିନ ପର୍ଯ୍ୟନ୍ତ ଆସୁନାହାନ୍ତି ଟାଟା କର୍ମଚାରୀ।ଏପରିକି ବିଭିନ୍ନ ଉପାୟରେ ଗ୍ରାହକ ମାନଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି।ସେହିଭଳି ବିଗତ ପନ୍ଦର ଦିନ ମଧ୍ୟରେ ବାର୍ଷିକ ମରାମତି ନାମରେ ଦୁଇ ଦୁଇ ଥର ବିଜୁଳି କାଟ ଆଠ ଘଂଟା ରୁ ଦଶ ଘଂଟା ଧରି ହେଉଥିବା ବେଳେ ପୁନର୍ବାର ଆସନ୍ତା କାଲି ଅର୍ଥାତ ଅଠର ତାରିଖ ଗୁରୁବାର ସକାଳ ଆଠ ଘଟିକା ରୁ ସନ୍ଧ୍ୟା ଛଅ ଘଟିକା ପର୍ଯ୍ୟନ୍ତ ବାର୍ଷିକ ମରାମତି ନାମରେ ପୁଣି ବିଦ୍ୟୁତ କାଟ କରିବାକୁ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା କରିଛି।ଯାହା ଫଳରେ ଟାଙ୍ଗୀ,ଚାନ୍ଦପୁର, କାଳୁପଡ଼ା ଘାଟ, ସୋରଣ ପ୍ରଭୃତି ଅଞ୍ଚଳ ଅନ୍ଧାର ରହିବ।ଏଭଳି ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଅଞ୍ଚଳବାସୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।କେତେବେଳେ ଯେ ଏହା ପୁଣି ଏକ ଆନ୍ଦୋଳନ କୁ ବାଟ ଦେଖାଉଥିବା ଅଭିଯୋଗ ହେଉଛି।ଏଥିପ୍ରତି ତୁରନ୍ତ ରାଜ୍ୟ ସରକାର ଏବଂ ଟାଟା ବିଜୁଳି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଧିବାସୀ ମାନେ।