ବାଲିଗୁଡା,୧୨/୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ଥମୁନି ମମିତା ମେହେର ଙ୍କ ହତ୍ୟା ପ୍ରସଙ୍ଗ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବୀ ରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛି ଏହି କ୍ରମରେ ବାଲିଗୁଡା ରେ କଂଗ୍ରେସ କର୍ମୀ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛି l ସୁରକ୍ଷା ଦୃଷ୍ଟି ରୁ ବାଲିଗୁଡା ରେ ଘରୋଇ ବସମାଲିକ ସଂଘ ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି l
ସ୍ଥାନୀୟ ଲୋକେ ବି କଂଗ୍ରେସ କୁ ସମର୍ଥନ ଜଣାଇଛନ୍ତି l କିନ୍ତୁ ବାଲିଗୁଡା ବଣିକ ସଂଘ ସମର୍ଥନ ଜଣାଇ ନଥିବା ଦେଖିବାକୁ ମିଳିଛି l ବାଲିଗୁଡା ରେ ବସ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି l କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତି ଉପୁଜିନାହିଁ l କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି l