ରାଜଗାଙ୍ଗପୁର କଂଗ୍ରେସ ର କର୍ମୀସମ୍ମିଳନୀ ଓ ମିଶ୍ରଣ ପର୍ବ

ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ) :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଗାମୀ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ କୁ ଆଖି ଆଗରେ ରଖି ଆଜି ରାଜଗାଙ୍ଗପୁର ସହର ବାଣ୍ଠୁପଡା ସ୍ଥିତ ସୁମିତ୍ରା ମେରେଜ ପେଲେସ ଠାରେ କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା | ଏହି ମିଶ୍ରଣ ପର୍ବ ରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ ରାଜନ ଏକ୍କା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ | ଏହି ମିଶ୍ରଣ ପର୍ବ ରେ ପି ସି ସି ଓଡିଶା ଜେନେରାଲ ସେକ୍ରେଟାରୀ ରାଜକିଶୋର ଷଡ଼ଙ୍ଗୀ ,ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ବେଣୁ ମାଧବ ତ୍ରିପାଠୀ ,ସୁନ୍ଦରଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଲବର୍ଟ କିଣ୍ଡୋ ରାଜଗାଙ୍ଗପୁର ଟାଉନ କଂଗ୍ରେସ ସଭାପତି ଇଫତକାର ଅହମଦ ,ରାଜଗାଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଲାଇମା ଏକ୍କା ,ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ସଭାପତି ଶୁଭ୍ରାଶୁ ସାହୁ ,ସୁନ୍ଦରଗଡ଼ ଜିଲ୍ଲା ଆଇ ଏନ ଟି ୟୁ ସି ନେତା ଇକବାଲ ମଲ୍ଲିକ ,ସୁନ୍ଦରଗଡ଼ ଜିଲ୍ଲା ଓ ବି ସି ସଭାପତି ଅରୁଣ ସାମଲ ,ରାଜଗାଙ୍ଗପୁର ଟାଉନ କଂଗ୍ରେସ ଉପସଭାପତି ଅମ୍ବିକା ମହାନ୍ତି ,ରାଜଗାଙ୍ଗପୁର ଟାଉନ କଂଗ୍ରେସ ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଉପାଧ୍ୟାୟ ପ୍ରମୁଖ ମଞ୍ଚାସିନ ରହିଥିଲେ | ଯୁବ କଂଗ୍ରେସ ସୁନ୍ଦରଗଡ଼ ଜିଲ୍ଲା ସ୍କୋପ ପର୍ଶନ ଶିଳ୍ପା ଏକ୍କା ଓ ଯୁବକଂଗ୍ରେସ ଓ କଂଗ୍ରେସ ର ସଦସ୍ୟ ମମାନେ ଅତିଥି ମାନଙ୍କୁ ଫୁଲ ତୋଡା ଓ ଦଳୀୟ ଉତ୍ତରୀୟ ଦେଇ ମଞ୍ଚ କୁ ପାଛୋଟି ନେଇଥିଲେ |

ଏହି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ରେ ରାଜଗାଙ୍ଗପୁର କଂଗ୍ରେସ ଉପ ସଭାପତି ଦେବରଂଜନ ବିନୋଦ ମଞ୍ଚ ପରିଚାଳନା କରିଥିଲେ | ଏହି ଅବସର ରେ ସରକାର ଙ୍କ କଳାନୀତି ଓ କେନ୍ଦ୍ର ସରକାର ଙ୍କ ମିଥ୍ୟା ପ୍ରତୁଶୃତି ଓ ଲୋକ ଦେଖାଣିଆ କାର୍ଯ୍ୟ କଳାପ କୁ କିଭଳି ଲୋକ ଲୋଚନ କୁ ଅଣାଯିବ ଓ କିଭଳି ଏହା ଉପରେ ସ୍ୱର ଉତ୍ତୋଳନ କରାଯିବ ଏ ନେଇ ଲୋକ ଙ୍କୁ ସଚେତନ କରାଯିବ ସହ ଆଗାମୀ ଦିନରେ ଆସୁଥିବା ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ରେ କିଭଳି ଦଳ ଏକତ୍ରିତ ହୋଇ କାର୍ଯ୍ୟ କରିବ ତାହା ନେଇ ଆଲୋଚନା ହୋଇଥିଲା | ଏହି ଅବସର ରେ କଂଗ୍ରେସ ରେ ପ୍ରାୟ ୧୦୦ ଜଣ ନୂତନ କର୍ମୀ ଯୋଗଦାନ ଦେଇଥିବା ବେଳେ ରାଜଗାଙ୍ଗପୁର ବିଧାୟକ ସମେତ କଂଗ୍ରେସ ର ସମସ୍ତ ପଦାଧିକାରୀ ଓ ସଦସ୍ୟ ମାନେ ସ୍ୱାଗତ କରିଥିଲେ | ନୂତନ କର୍ମୀ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା | ଏହା ସହ ରାଜଗାଙ୍ଗପୁର ବିଧାୟକ ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବା ଓ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ କଳା ନୀତି କୁ ବିରୋଧ କରିବା ସହ କିଭଳି ଲୋକ ଙ୍କ ହିତ ରେ କଂଗ୍ରେସ କାର୍ଯ୍ୟ କରିଛି ଓ କରିବ ତାହା ନେଇ ହୃଦୟ ସ୍ପର୍ଶୀ ବକୃତା ଦେଇ ସମସ୍ତ ଙ୍କ ମନରେ କଂଗ୍ରେସ କୁ ନେଇ ଏକ ଉତ୍ସାହ ଭରିଥିଲେ | ଶେଷରେ ଯୁବ କଂଗ୍ରେସ ର ସୁନ୍ଦରଗଡ଼ ଜିଲ୍ଲା ସ୍ପୋକ ପର୍ଶନ ଶିଳ୍ପା ଏକ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |