ଟାଙ୍ଗୀ:-୨୦/୧୦(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଜୁଆ ଖେଳ ଚାଲୁଥିଲା।ଏପରିକି ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଏବଂ ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ଦୁଇ ଦକ୍ଷ ପ୍ରଶାସନିକ ଅଧିକାରୀ ଙ୍କର ଯୋଗୁଁ ବିଭିନ୍ନ ସ୍ଥାନରେ ଜୁଆ ଖେଳ ପ୍ରତି ଅନେକାଂଶରେ ରୋକ ଲାଗିଛି।ଲକ୍ଷ ଲକ୍ଷ ଟଙ୍କା ଜବତ ମଧ୍ୟ ଜବତ ହୋଇଛି।ଅନେକ ଗିରଫ ହୋଇ ପୁଣି ଜାମିନ ରେ ଆସି ଜୁଆ ଖେଳ ଚାଲୁ ରଖିଛନ୍ତି କିନ୍ତୁ ଏହି ଜୁଆ ଆଡ୍ଡା ଚଳାଉଥିବା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ପାରିଓରଡ଼ ଗ୍ରାମର କୁଳମଣି ସେଠର ପୁତ୍ର ରିଙ୍ଗ ଲିଡ଼ର ଅର୍ଜୁନ ସେଠ(୩୮) ଯିଏକି ଜଣେ କାର୍ ଚାଳକ ରୁ ଆଜି କୋଟିପତି ସାଜିଛି। ଅଭିଯୁକ୍ତ ଅର୍ଜୁନ (ଅରୁ) ଏକଦା ଗୋଟିଏ ଇଂଲିଶ ମିଡିୟମ ସ୍କୁଲ ର ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି ହୋଇ ପରବର୍ତ୍ତୀ ସମୟରେ କୋଟିପତି ହେବା ଆଶାରେ ବିଭିନ୍ନ ଗ୍ରାମର ଯୁବକମାନଙ୍କୁ ଜୁଆ ଖେଳ ପ୍ରତି ଆକୃଷ୍ଟ କରି ବହୁ ପରିବାର ଏବଂ ଧନ ଜୀବନ କ୍ଷତି କରିଛି।ଦୀର୍ଘ ଦିନରୁ ଟାଙ୍ଗୀ ପୋଲିସ କୁ ଆଖିରେ ଧୂଳି ଦେଇ ସଦାବେଳେ ଚମ୍ପଟ ମାରୁଥିଲା।ଯାହା ଫଳରେ ଟାଙ୍ଗୀ ପୋଲିସ ଆଜି ସନ୍ଧ୍ୟା ସମୟରେ ଭୂଷଣ୍ଢପୁର ଅଞ୍ଚଳରୁ ଏନ୍.ବି.ଡ଼ବ୍ଲ୍ୟୁ ଆକ୍ଟ ଅନୁଯାୟୀ ଗିରଫ କରିଛି।ଅଭିଯୁକ୍ତ ଅରୁ ଚଣ୍ଡେଶ୍ୱର ପ୍ରସିଦ୍ଧ ଜୁଆ ଆଡ୍ଡା ବେଣୀ ପଥର,ମଙ୍ଗଳାଯୋଡି,କମାଗୁରୁ,ଭୂଷଣ୍ଢପୁର ଆଦି ଅଞ୍ଚଳରେ ଜୁଆ ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲା।ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଫେରାର ହେଉଥିବା ଅରୁ କୁ ଗିରଫ କରିବା ସୂଚନା ଦେଇଛନ୍ତି ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ।ଏହି ରିଙ୍ଗ ଲିଡ଼ର ସାଜିଥିବା ମୁଖ୍ୟ କାର୍ପେଟଦାର ଜୁଆଡ଼ି ଙ୍କର ଗୁରୁଜୀ ଅର୍ଜୁନ ସେଠି କୁ ଗିରଫ କରିଥିବାରୁ ବହୁ ପରିବାର ଟାଙ୍ଗୀ ପୋଲିସ କୁ ଧନ୍ୟବାଦ ଜଣାଇଛନ୍ତି।