ଢ଼େଙ୍କାନାଳ ଏଲଆଇସି ଅଫିସ୍ ମେନ୍ ବ୍ରାଞ୍ଚରେ ଫୁଟିଲା ଗୁଳି

ଢେଙ୍କାନାଳ,(ଶୁଭମ ପାଣିଙ୍କ ରିପୋର୍ଟ) ଢେଙ୍କାନାଳର ସଦର ମହକୁମା ଠାରେ ଥିବା ରଥଗଡା ନିକଟବର୍ତ୍ତୀ ଏଲ ଆଇ ସି କାର୍ଯ୍ୟାଳୟ ପରିସର ମଧ୍ୟରେ ସିକ୍ୟୁରୀଟି ର ବନ୍ଧୁକରୁ ଗୁଳି ଫୁଟିଛି । ଅଳ୍ପକେ ବର୍ତ୍ତିଲେ ତିରିଶରୁ ଉର୍ଦ୍ଧ୍ବ ଏଲଆଇସି କର୍ମଚାରୀ। ଅସାବଧାନତା ଯୋଗୁଁ ସିଏମଏସ ସିକ୍ୟୁରିଟି ଗାର୍ଡଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା। ଏଲ ଆଇ ସି ରୁ ଟଙ୍କା ନେଇ ଅନ୍ୟ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆସିଥିଲା ସିଏମଏସ ଗାଡି। ସିକ୍ୟୁରିଟି ଗାର୍ଡ କୁମୁଦ ଚନ୍ଦ୍ର ସାହୁଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଅସାବଧାନତା ବଶତଃ ଗୁଳି ଫୁଟିଯାଇଥିଲା। ଗୁଳି ଫୁଟିବା ପରେ ଅଫିସ୍ ସିଲିଂର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ଖବର ଜାଣିବା ପରେ ଟାଉନ ଥାନା ଅଧିକରିଣୀ ନାମିତା ନାଏକ ଟିମ ସହ ପହଂଚି ଘଟଣାଟିର ତଦନ୍ତ କରିଛନ୍ତି ।