ରାଜଗାଙ୍ଗପୁର, (ମନୋଜ ଭୋଳଙ୍କ ରିପୋର୍ଟ), କଥାରେ ଅଛି ଜଳ ବିନା ସୃଷ୍ଟି ଅଧୁରା ,ଠିକ ସେହିପରି ଆମର ନୀତିଦିନ ଜୀବନୀ ରେ ଜଳ ବିନା ତ୍ରାହି ନାହିଁ । ସରକାର ଙ୍କ ଦ୍ଵାରା ଲୋକଙ୍କ ପାଖରେ ଏହି ଜଳକୁ ସୁବିଧାରେ ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ମାନ କରାଯାଉଛି । ଯାହା କାର୍ଯ୍ୟ କାରୀ ମଧ୍ୟ ହେଉଛି ହେଲେ ତାହା ସମ୍ପୂର୍ଣ ହୋଇପାରୁନାହିଁ। ଠିକ ଏହିପରି ଏକ ସ୍ବପ୍ନ ରାଜଗାଙ୍ଗପୁର ସହର ବାସୀ ଙ୍କ ରହିଥିଲା। ୧୯୯୫ ମାସିଆ ରେ ରାଜଗାଙ୍ଗପୁର ବାସୀ ଙ୍କ ସ୍ବପ୍ନ ରହିଥିଲା ମନ୍ଦିରା ଡ୍ୟାମ ରୁ ପାଣି ଅଣାଯାଇ ଘରେ ଘରେ ପାଇପ ଲାଇନ ଯୋଗେ ପହଞ୍ଚାଇବା ପାଇଁ । ଯାହା ଦ୍ୱାରା ସହର ବାସୀ ଉପକୃତ ହେବା ସହ ଘରେ ଘରେ ୨୪ ଘଣ୍ଟିଆ ପାଣି ପହଞ୍ଚାଇବା କୁ। ହେଲେ ଏ ସ୍ବପ୍ନ ହୋଇ ରହିଥିଲା । ଏହି ସ୍ୱପ୍ନକୁ ସାକାର କରିବାକୁ ପୂର୍ବତନ ବିଧାୟକ ମଙ୍ଗଳା କିଷାନ,ଓ ପୁର୍ବତନ ରାଜଗାଙ୍ଗପୁର ପୌରପାଳିକା ଚେୟାର ମେନ ସୁଶ୍ରୀତା ପାଇକରାଏ ଙ୍କ ପ୍ରଚେଷ୍ଟା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଏହିପ୍ରକଳ୍ପ ପାଇଁ ୭୨ କୋଟି ଟଙ୍କା ଘୋଷଣା କରିଥିଲେ। ଏହା ପରେଟେଣ୍ଡର ଫିକ୍ସ କରାଯାଇ ୨୦୧୬ ଓ ୨୦୧୭ ମସିଆରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସହର ର ସମସ୍ତ ସ୍ଥାନରେ ପାଇପ ଲାଗିବା ସହ ଘର ଘର କୁ ପାଇପ ଲଗାଯିବା ସହ ଠିକାଦାର ମାନେ ଜୋର ସୋର କାର୍ଯ୍ୟ ଚଳାଇଲେ । କାହିଁକି ନା ଏହି ପ୍ରକଳ୍ପ ୨୦୧୯ ଏପ୍ରିଲ ମାସ ସୁଦ୍ଧା ଶେଷ ହେବାର ଥିଲା । ହେଲେ ୨୦୧୯ ସୁଦ୍ଧା ଏହି ପ୍ରକଳ୍ପ ର ମାତ୍ର ୯୦ ଭାଗ କାମ ସାରିଥିବା ବେଳେ ଆଉ ୧୦ ଭାଗ କାର୍ଯ୍ୟ ବାକି ରହିଥିଲା। ଏହା ଭିତରେ ୩ ବର୍ଷ ହେବାକୁ ହେଲାଣି ଚାତକ ପରି ଚାହିଁ ବସିଛନ୍ତି ରାଜଗାଙ୍ଗପୁର ବାସୀ । ଘରେ ଘରେ ଲାଗିଥିବା ପାଇପ ୨୪ ଘଣ୍ଟା ଶୁଖିଲା ରହୁଛି। ପ୍ରକଳ୍ପ ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର,ହେଲେ କାହିଁକି ଏହି ପ୍ରକଳ୍ପ ଏପରି ୩ ବର୍ଷ ହେବ ବନ୍ଦ ରହିଛି ତାହାର ଉତ୍ତର କାହାରି ପାଖରେ ନାହିଁ । ସହର ଜାଗା ଜାଗାରେ ପ୍ରକଳ୍ପ ପାଇଁ ଟାଙ୍କି ନିର୍ମାଣ ହେଇଥିବା ବେଳେ ତାହା ସହର ସୋନ୍ଦର୍ଯ୍ୟ ବଢ଼ାଉଛି ହେଲେ ଘରେ ଘରେ ମା ମାନେ ପାଣି ପାଇଁ ଲାଇନ ଲଗାଇବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୦ ଭାଗ କାମ ଶେଷ ହେବାକୁ ୩ ବର୍ଷ ବିତି ଯାଇଥିବା ବେଳେ କାହା ଚାପରେ ଏ କାର୍ଯ୍ୟ ବନ୍ଦ ରହିଛି ତାହା ଜନ ସାଧାରଣ ଙ୍କ ମଧ୍ୟରେ ଏବେ ପ୍ରଶ୍ନବାଚି ସାଜିଛି। ପୁର୍ବତନ ବିଧାୟକ ମଙ୍ଗଳା କିଷାନ ଓ ପୁର୍ବତନ ଚେୟାର ମେନ ଙ୍କ ପ୍ରଚେଷ୍ଟା ରେ ଏହିକାର୍ଯ୍ୟକୁ ଅନୁମୋଦନ ମିଳିଥିବା ବେଳେ ସରକାର ଙ୍କ କୋଟି କୋଟି ଟଙ୍କା ଏ ଦିଗରେ ଖର୍ଚ୍ଚ ହୋଇଛି, ହେଲେ ପ୍ରକଳ୍ପ ର ଦେଖା ନାହିଁ । ଘରେ ଘରେ ୨୪ ଘଣ୍ଟିଆ ପାଣି ସାଜିଛି ଏକ ପ୍ରହସନ। ଏହା ଛଡା ଏ ନେଇ କେତେ ଥର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ଏହା ଉପରେ ନା କୋଣସି କାର୍ଯ୍ୟନୁଷ୍ଠାନ ହୋଇଛି। ଗତ ଅକ୍ଟୋବର ମାସ ୪ ତାରିଖ ଦିନ ରାଜଗାଙ୍ଗପୁର ସହର ର ପୁର୍ବତନ ବିଧାୟକ ମଙ୍ଗଳା କିଷାନ ଓ ପୁର୍ବତନ ଟାଉନ ପ୍ରେସିଡେଣ୍ଟ ଅମରେଶ ପଣ୍ଡା ଏ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ରାଜଗାଙ୍ଗପୁର ବାସୀଙ୍କ ଏହି ସ୍ବପ୍ନକୁ ସାକାର କରିବାକୁ ଦାବି କରିଥିବା ବେଳେ ମଧ୍ୟ ସବୁ ଆଡେ ସମସ୍ତେ ସାଜିଛନ୍ତି ନିରବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କେବେ ହେବ,କେବେ ଘରେ ଘରେ ସମସ୍ତ ଙ୍କୁ ମିଳିବ ପାଣି । ଏହାକୁ ନେଇ ସହର ର ଜନସାଧାରଣ ମହଲ ରେ ଚର୍ଚା ହେଉଛି।