ଗୁଣପୁର, (ସିଦ୍ଧାର୍ଥ ଦାସ ) ଗୁଣୁପୁର ପୋୖର ପରିଷଦ ର ମଧ୍ୟ ସ୍ଥଳରେ ଥିବା ନୂତନ ବସଷ୍ଟାଣ୍ଡ ଏବେ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଷ୍ଟାଣ୍ଡର ଶେଷ ମୁଣ୍ଡରେ ଥିବା ଜନସେବା ଆହାର କେନ୍ଦ୍ର ମଦୁଆଙ୍କୁ ଆଶ୍ରୟ ଯୋଗାଉଛି । ସରକାର ଙ୍କ ବସୁଧା ଜଳ ଯୋଗାଣ ଯୋଜନା ଏମାନଙ୍କ ଜଳକଷ୍ଟ କୁ ପୁରାମାତ୍ରା ରେ ଦୂର କରିପାରୁଥିବା ଏବଂ ଏଠାରେ ପଡି ରହିଥିବା ମଦ ବୋତଲ ଓ ଗିଲାସ ବସ ଷ୍ଟାଣ୍ଡ ମଧ୍ୟରେ ଚାଲୁଥିବା ମଦ ବେପାର କୁ ସୂଚୀତ କରୁଛି । ସ୍ଥାନୀୟ ପୋଲିସ ପକ୍ଷରୁ କରାଯାଉଥିବା ପେଟ୍ରୋଲିଂ ର ପ୍ରଭାବ ଏଠି ପଡୁନଥିବାରୁ ରାତ୍ର ସମୟରେ ଏଠାରେ ଯାତ୍ରୀ ସୁରକ୍ଷିତ ମଣୁ ନାହାନ୍ତି । ବସଷ୍ଟାଣ୍ଡ ଆରମ୍ଭ ରୁ ଜନସାଧାରଣ ଙ୍କ ସୁରକ୍ଷା ପାଇଁ ଯାତ୍ରୀ ବିଶ୍ରାମଗାର ନିକଟରେ ଏକ କୋଠରୀରେ ପୋଲିସ ଫାଣ୍ଡି ରଖାଯାଇ ପୋଲିସ ମୁତୟନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୋୖର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଏଠାରୁ ଏହି କୋଠରୀ କୁ ହଟାଇ ଦିଆଯିବା ଫଳରେ ପୋଲିସ ମୁତୟନ ବ୍ୟବସ୍ଥା କୁ ମଧ୍ୟ ଉଠାଇ ନିଆଗଲା । ପୋୖର ଅଧିକାରୀ ଙ୍କ ଏସବୁ ର ଅବ୍ୟବସ୍ଥା ମଦୁଆ ଙ୍କୁ ଓ ମଦ ବିକ୍ରୟ କୁ ସମ୍ପୂର୍ଣ୍ଣ ସୁଯୋଗ ମିଳିବା ସହ ମଦୁଆଙ୍କ ଭିଡ଼ ଜମାଇବାକୁ ଖୋରାକ ଯୋଗାଉଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି ।