ରାଜଗାଙ୍ଗପୁର : (ମନୋଜ ଭୋଲାଙ୍କ ରିପୋର୍ଟ)-ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଦୁର୍ନୀତି ଦିନକୁ ଦିନ ବଢି ବାକୁ ଲାଗିଛି | ଏଠାକାର ପୌର ପାଳିକା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସହର ରେ ସ୍ୱଚ୍ଛତା କୁ ଆଖି ଆଗରେ ରଖି ଡଷ୍ଟ ବିନ କିଣା ଯାଇଥିବା ବେଳେ ବର୍ତ୍ତମାନ ତାହା ସହର ରୁ କେଉଁ ଆଡେ ଉଭାନ ହେଇଛି | ହେଲେ ଏ ନେଇ କାହା ପାଖରେ ନା ଅଛି କୋଣସି ଉତ୍ତର | ସୂଚନା ଅନୁଯାଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଦେଶକୁ ସ୍ଵଚ୍ଚ ରଖିବା ଅଭିଯାନ କୁ ନେଇ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହି ଟଙ୍କା କେଉଁ ଆଡେ ଯାଉଛି ତାହା ଉପରେ ନଜର ରଖିବା ଏକ ଆଲୋଚ୍ୟ ବିଷୟ ଅଟେ | କାହିଁକି ନା ଏହି ସବୁ ସ୍ଥାନରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରିହୁଏ | ଯାହାର ସ୍ପଷ୍ଟ ଉଦାହରଣ ରାଜଗାଙ୍ଗପୁର ପୌରପାଳିକା ରେ ହୋଇଥିବା ଡଷ୍ଟ ବିନ ଉଭାନ ବିଷୟ | ସୂଚନା ଅନୁଯାଇ ୨୦୧୬ ମାସିଆ ରେ ରାଜଗାଙ୍ଗପୁଉ ପୌରପାଳିକା ତରଫରୁ ୨୫୦ ଲିଟର କ୍ଷମତା ବିଶିଷ୍ଟ ଡଷ୍ଟ ବିନ କିଣାଯାଇଥିଲା | ପ୍ରତେକ ଡଷ୍ଟ ବିନ ୭୫୦୦ ଟଙ୍କା ମୂଲ୍ୟ ର ହୋଇଥିବା ବେଳେ ୨୯୫ ଟି କିଣା ଯାଇଥିଲା । ଯେଉଁଠି ପାଇଁ ୨୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଭାଗ୍ୟ ର ବିଡମ୍ବନା କୁହ କି ଦୁର୍ନୀତି ର ଛାୟା ଯାହା ସହର ରୁ କେଉଁ ଆଡେ ଉଭାନ ହୋଇଥିବା ଦେଖି ବାକୁ ମିଳୁଛି |ଏହି ଡଷ୍ଟ ବିନ କିଣା ରେ ଆଗରୁ ଦୁର୍ନୀତି ଘଟଣା ସହର ରେ ଚର୍ଚା ହୋଇଥିବା ବେଳେ ଏହା ନେଇ ଅଭିଯୋଗ ମଧ୍ୟ ହୋଇଥିଲା | ଯାହା ଫଳରେ ଭୁବନେଶ୍ୱର ରୁ ଦୁର୍ନୀତି ନିବାରଣ ସେଲ ର ପ୍ରକାଶ କୁମାର ଜେନା ଓ ସୁନ୍ଦର ଗଡ଼ ନିବାରଣ ସେଲ ର ନିରୀକ୍ଷକ ଯୋଗେଶ ପଟେଲ ଓ ଅନ୍ୟ କର୍ମଚାରୀ ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୨୦ଟି ୱାର୍ଡ ବୁଲି ଏହି ଡଷ୍ଟ ବିନ ର ତଦାରଖ କରିଥିଲେ |ସେତେବେଳେ ସହର ରେ ୨୮୩ ଟି ଡଷ୍ଟ ବିନ ସହର ର ୱାର୍ଡ ମାନଙ୍କ ରେ ନଜର ଆସିଥିବା ବେଳେ ୩ଟି ଡଷ୍ଟବିନ ପୌରପାଳିକା ଗୋଡାଉନ ରେ ରହିଥିବା ନଜର ଆସିଥିବା ବେଳେ ସେତେବେଳେ ଦୁର୍ନୀତି ନିବାରଣ ସେଲ ତରଫରୁ ହାଇକୋର୍ଟ ଏହି ରେ ଏ ନେଇ ଏକ ମାମଲା ରଜୁ ହୋଇ ଥିଲା | ବର୍ତ୍ତମାନ ଏହି ୨୯୫ଡଷ୍ଟ ବିନ ଗୁଡିକ ସହର ରୁ କେଉଁ ଆଡେ ଉଭାନ ହୋଇଥିବା ଦେଖିବାକୁ ମିଳୁଛି | ଏହି ଡଷ୍ଟ ବିନ ଗୁଡିକ ଗଲା ତ କୁଆଡେ ଗଲା ଏ ନେଇ ସାଧାରଣ ଜନତା ଉଚ୍ଚ ସ୍ତରୀୟ ଯାଞ୍ଚ ପାଇଁ ଦାବି କରିଛନ୍ତି |