ସାର ବିକ୍ରୀ କଳାବଜାରୀ ନଇରି ସେବା ସମବାୟ ସମିତିରେ ଶତାଧିକ ଲୋକଙ୍କ ଧାରଣା

ଚିଲିକା:-୨୯/୦୯(ବିନୁ ଦାସ୍):- ସରକାର ଚାଷୀ ମାନଙ୍କୁ ଅନେକ ଗୁରୁତ୍ଵ ଦେଉଥିବା ବେଳେ ,କିଛି ସରକାରୀ ବାବୁ ମାନଙ୍କ କଳା କାରନାମା ଯୋଗୁଁ ଚାଷୀ ହେଉଛନ୍ତି ଶିକାର । ନଈରୀ ସେବା ସମବାୟ ସମିତିର ସମସ୍ତ ଚାଷୀ ଆଜି ଆନ୍ଦୋଳନ କରିଛନ୍ତି ସମିତି ସମ୍ମୁଖରେ । ସାରକୁ ନେଇ କଳା ବଜାରୀ । ଚାଷୀମାନଙ୍କ ପାଇଁ ଆସିଥିବା ସାର କୁ ଚଢ଼ା ଦରରେ ବିକ୍ରି କରୁଛନ୍ତି ନଈରୀ ସୋସାଇଟ ର ସେକ୍ରେଟେରୀ ଅଭିଯୋଗ କରିଛନ୍ତି ପଞ୍ଜିକୃତ ଚାଷୀ । ଆଜି ଅଭିଯୋଗ ଆଣିଛନ୍ତି ସାନ ନଇରି ଗ୍ରାମର ଚାଷୀ ମାନେ । ଆସୁଥିବା ସରକାରଙ୍କ ତରଫରୁ ସାର ମୂଲ୍ୟ ୨୬୫. ଟଙ୍କା ୫୦ ପଇସା ଥିବା ବେଳେ ସେକ୍ରେଟାରୀ ତାଙ୍କ ଠାରୁ ୩୦୦ରୁ୩୩୦ ଟଙ୍କାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି । କଳା ବଜାରୀ କୁ ବିରୋଧ କରିବାରୁ ଚାଷୀଙ୍କୁ ନାଲି ଆଖି ଦେଖାଉଛନ୍ତି ନାଲି ଗୋଲଖ ବିହାରୀ ବାଘସିଂ ଯାହା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଗତ ଦିନ ମାନଙ୍କରେ ଚାଷୀ ଅନେକ ହନ୍ତସନ୍ତ ହୋଇଥିବାବେଳେ ଆଜି ମଧ୍ୟ ସେଇଭଳି ପରିସ୍ଥିତି ଉପୁଜିଛି ସାନ ନଈରି ସେବା ସମବାୟ ସମିତି ପରିସରରେ,କିନ୍ତୁ ସେକ୍ରେଟାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି କି ମୁଁ ବାହାରେ କଣ ହଉଛି ଜାଣିନି।ଏହି ସାର କଳା ବଜାରୀ କେବଳ ଏଠି ନୁହେଁ ଏଇଭଳି ଅନେକ ସ୍ଥାନରେ ହେଉଛି।ଚେଇଁ ସୋଇଛନ୍ତି ପ୍ରଶାସନିକ ଅଧିକାରୀମାନେ। ସାଧାରଣ ଭାବରେ ଚାଷୀମାନଙ୍କ ଠାରୁ ସରକାରଙ୍କ ଦର ଠାରୁ ଅଧିକ ନିଆ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ଉପର ଅଧିକାରୀ ପ୍ରଶ୍ନ ଉଠୁଛି ।ତୁରନ୍ତ ଏ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଏବଂ ସମସ୍ତ ସେବା ସମବାୟ ସମିତିର ସାର କଳା ବଜାରୀ ରେ ଲଗାମ ଦେବାକୁ ସାଧାରଣ ରେ ଦାବି ହେଉଛି।