ଚଣ୍ଡିଗଡ: ବାଜି ମାରିନେଲେ ସୁଖଜିନ୍ଦର ସିଂହ ରନ୍ଧାୱା। ସେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସମସ୍ତଙ୍କୁ ପଛରେ ପକାଇ କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ବାଜିଛି। ଅନୁମୋଦନ ପାଇଁ ତାଙ୍କ ନାଁକୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଯାଇଛି। ତେବେ କିଏ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ସୋନିଆଙ୍କ ଅନୁମୋଦନ ପରେ ହିଁ ସ୍ପଷ୍ଟ ହୋଇଯିବ। ସେହିପରି ଉପମୁଖ୍ୟମନ୍ତ୍ରୀ ରୂପେ ଭାରତ ଭୂଷଣଙ୍କ ନାଁ ଆଗରେ ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟନ୍ତ୍ରୀ କିଏ ହେବ ସେନେଇ ହାଇକମାଣ୍ଡ ନିଜ ନିଷ୍ପତି ଜଣାଇପାରନ୍ତି।
ସୂଚନା ଅନୁସାରେ ଅମରିନ୍ଦର ସିଂହଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିସାରିଥିବା ସୁଖଜିନ୍ଦର ସିଂହ କେବେବି କୌଣସି ପଦ ପାଇଁ ତାଙ୍କର ଲାଳସା ନଥିଲା ବୋଲି ରବିବାର ସେ କହିଛନ୍ତି । ତେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାଁ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ, ଅମରିନ୍ଦର ସିଂହ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।