ଢେଙ୍କାନାଳ,୧୬।୦୯, (ଶୁଭମ୍ ପାଣିଙ୍କ ରିପୋର୍ଟ) ଢ଼େଙ୍କାନାଳ ସହରର ୨ ନମ୍ବର ୱାର୍ଡ ରେ ଅବସ୍ଥିତ ଡକ୍ଟର ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଇକୋ କ୍ଲବ ତରଫରୁ ଆଜି ବିଶ୍ୱ ଓଜନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଜନ ସ୍ତରର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସରଳା ସାହୁ ଓଜନ ସ୍ତର କିଭଳିଭାବେ ପୃଥିବୀକୁ ଢାଲ ଭଳି ରକ୍ଷାକରୁଛି ସେ ବିଷୟରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ଦେବା ସହ ପିଲାମାନଙ୍କୁ ବୃକ୍ଷ ଲଗାଇବାକୁ ଉସ୍ଛାହିତ କରିଥିଲେ ।ସଂସ୍କୃତ ଶିକ୍ଷକ ଶ୍ରୀ ସୁଶୀଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଦେବସ୍ମିତା ରଥ, ଅଙ୍କିତ ଦତ୍ତ, ଅପରାଜିତା ଦାସ ପ୍ରଭୃତିଙ୍କୁ ଇକୋ କ୍ଲବ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟା ଯାଇଥିଲା ।