ଢେଙ୍କାନାଳ,୧୫।୧୦, ଢେଙ୍କାନାଳ ସୁରକ୍ଷା ସମିତି ଆୟୋଜନ କ୍ରମେ ଜିଲ୍ଲାର ବରିଷ୍ଟ ବୁଦ୍ଧିଜୀବୀ , ସମାଜସେବୀ , ରାଜନୈତିକ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଲାରେ ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ବହୁ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଥିବା ବିରୁଦ୍ଧରେ ଥିବା ସତ୍ତେ କିପରି ସମାନ ଜିଲ୍ଲାରେ ପଦନୋତି କରାଗଲା । ଯାହାକି ବିଗତ ଦିନରେ ଗଁଦିଆ , ଓଡ଼ାପତା ଓ ଢେଙ୍କାନାଳରେ ବେଆଇନ ଖଣିଖାଦାନ , ବାଲିଘାଟ , ଦେବୋତ୍ତର ଜମିକୁ ଭଡ଼ା ଦେବା ଓ ଆଦିବାସି / ହରିଜନ ଜମିକୁ ବିକ୍ରି ଅନୁମୋଦନ ବଦଳି ପରେ କରାଇବା । ଯାହା ଜମିର କିସମ ବଦଳାଇବାର ପତ୍ର ସଂଖ୍ୟା – ୪୪୫୫ / ୫ . ୫୨୦୨୦ ଓ ୮୦୨୪ ୭.୮ , ୨୦୨୦ ଓ ପରବର୍ତ୍ତୀ ଦିନ ୧୫.୦୯.୨୦୨୦ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଚିଠିକୁ ମନ୍ଦ ଉଦ୍ଦେଶ୍ୟ ରଖି ଚାପି ଦେଇଥିବା ଫଳରେ ନିଜର ପ୍ରଶାସନିକ ଦୂରୁପଯୋଗ କରିଥିବା ପ୍ରତିବାଦରେ ଯଦି ଅତିରିକ୍ତ ତହସିଲଦାର , ଅମିନ , କମ୍ପ୍ୟୁଟର ଡାଟା ଏଣ୍ଡି ଅପରେ , ସରକାରୀ କର୍ମଚାରୀ ଗିରଫ ହେଲେ , କିନ୍ତୁ ଆଜି ପର୍ଯ୍ୟନ୍ତ କାହିଁକି ତତ୍କାଳୀନ ଉପଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ , ଗ୍ରାମ୍ୟ ଉନ୍ନୟନ ଅଧୁକାରୀ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନକୁ ଗିରଫ କରାଗଲା ନାହିଁ କି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ , ଏହା ଜିଲ୍ଲାରେ ଚର୍ଚ୍ଚା ହେବା ଯୋଗୁଁ ଆଜି ଢେଙ୍କାନାଳ ସୁରକ୍ଷା ସମିତି ନ୍ୟାୟିକ ଦାବୀକୁ ଜିଲ୍ଲା ପ୍ରଶାସନ , ଜିଲ୍ଲାପାଳ ତୁରନ୍ତ ନ୍ୟାୟ ଦେବା ଉଦେଶ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେଣୁ ସେମାନଙ୍କର ପ୍ରତିବାଦକୁ ସମ୍ମାନ ଦେଇ ତତ କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ଗିରଫ କରାଯାଉ ଓ କୌଣସି ସରକାରୀ ଦାୟିତ୍ରରୁ ବଞ୍ଚିତ କରାଇ ଜିଲ୍ଲାରୁ ତୁରନ୍ତୁ ବିଦାୟ କରାଯାଉ ବୋଲି ଢେଙ୍କାନାଳ ସୁରକ୍ଷା ସମିତି ଦାବି କରିଛି । ଢେଙ୍କାନାଳ ଜିଲ୍ଲାରେ ଜଳାଶ୍ରୟ ଜମି ଉପରେ ଗଢି ଉଠିଥିବା ସମସ୍ତ ଅଟ୍ଟାଳିକା ଓ ଘରକୁ ଉଠାଯାଇ ଜଳାଶ୍ରୟକୁ ପୁନରୁଦ୍ଧାର କରାଯାଉ ବୋଲି ମଧ୍ୟ ତାଙ୍କର ଦାବିରେ ଉପସ୍ଥାପନ କରିଛନ୍ତି ।