ବାଣପୁର,୧୫।୦୯,: ଲଘୁଚାପ ଜନିତ ବର୍ଷାରେ ବାଣପୁର ବାଲୁଗାଁ ମୁଖ୍ୟ ରାସ୍ତାରେ ଲହଡି ମାରୁଛି ପାଣି । ବାଲୁଗାଁ ଓ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ମେଘାମ୍ୱାରି ନିକଟ ରାସ୍ତାରେ ଆଣ୍ଠୁଏ ପାଣି ଜମୀରହିଛି। ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି । ତଳିଆ ଅଞ୍ଚଳ ଜଳ ଘେରରେ ଥିବା ଦେଖିବାକୁ ମିଳିଛି । ପୁରାତନ ଶଙ୍ଖ (ନାଳ) ସବୁ ବେଆଇନ ଜବର ଦଖଲ କରି ଅଟ୍ଟାଳିକା ନିର୍ମାଣ କରିଯାଇଥିବାରୁ ଜଳ ନିଷ୍କାସନ ଏକ ମୁଖ୍ୟ ସମସ୍ୟା ପାଲଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପ୍ରଶାସନର ନିରବତାକୁ ନେଇ ସାଧାରଣ ପ୍ରଶ୍ନ ବାଚି ସୃଷ୍ଟି ହେଉଛି ।
ବିଗତ ଦିନରେ ବାଣପୁର ଅଞ୍ଚଳର ମୁଖ୍ୟ ସମସ୍ୟା ହେଉଛି, ଡ୍ରେନେଜ ସମସ୍ୟା । ଏହି ସମସ୍ୟା ର ସମଧାନ ପାଇଁ ବିଗତ ଦିନରେ ବହୁବାର ପ୍ରଶାସନକୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଇନାହିଁ । ଯାହାର ଫଳ ଅସରାଏ ବର୍ଷାରେ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି । ତ୍ୱରିତ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।