ଭୁବନେଶ୍ୱର,: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଡିପ୍ରେସନ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଗଞ୍ଜାମ ଓ ଗଜପତି । ସେହିପରି ୭ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ୧୪ ତାରିଖ ପର୍ଯ୍ଯନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମନା। ଯଥାସମ୍ଭବ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ଏହି ଜିଲ୍ଲା ଗୁଡିକର ତଳିଆ ଅଂଚଳରେ ପାଣିଜମିବା ସହ ଚାଷ ଜମିଗୁଡିକ ଜଳମଗ୍ନ ହେବାର ଆଶଙ୍କା ରହିଛି । ଯେବେକି ଗଞ୍ଜାମ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଯାଜପୁର,ଭଦ୍ରକ ଜିଲ୍ଲାକୁ ଓରେଞ୍ଜ ୱାର୍ନିଙ୍ଗ ଜରି କରାଯାଇଛି । ପାଖାପାଖି ୧୨ ରୁ ୨୦ ମିଲିମିଟର ବର୍ଷ ହେବାର ସମ୍ଭାବନା ରହିଛି । ୨ ଦିନ ପର୍ଯନ୍ତ ଏହାର ପ୍ରଭାବ ରହିବା ସହ ୧୪ ତାରିଖ ପର୍ଯନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।