ବାଣପୁର, ୦୮।୦୯, ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନାତନ ଜାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତା.୦୨।୦୯।୨୧ ଠାରୁ ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସେମାନଙ୍କ ପରିବାରବର୍ଗଙ୍କ ନିମନ୍ତେ କରୋନ ଟୀକାକରଣ କାର୍ଯ୍ୟକ୍ରମ ସାନହନ୍ତୁଆଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲୁରହିଅଛି । ଅଦ୍ୟାବଧି ଏହି ଟୀକା କରଣରେ ୫୦୦ରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟତ୍ରୀ ଓ ପରିବାର ବର୍ଗ ଉପକୃତ ହୋଇଛନ୍ତି ।
ଉକ୍ତ ଟୀକାକରଣ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ପଦକ୍ଷେପ ସ୍ବାଗତ ଯୋଗ୍ୟ । ଟୀକାକରଣରେ ପ୍ରତ୍ୟକ୍ଷ ଭାବେ ସହଯୋଗ କରୁଥିବା ସମସ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଯୋଗେନ୍ଦ୍ର ନାଥ ସ୍ୱାଇଁ ଏବଂ ସମସ୍ତ ସିଆରସିସି ତଥା ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ମିଶ୍ର, ଅରୁଣ କୁମାର ପ୍ରଧାନ, ଭାସ୍କର ଚନ୍ଦ୍ର ପ୍ରଧାନଙ୍କୁ ବାଣପୁର ଶିକ୍ଷକ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।