ରାଜଗାଙ୍ଗପୁର :(ମନୋଜ ଭୋଳଙ୍କ ରିପୋର୍ଟ), ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୋଲିସକୁ ବିଗତ ଦିନରେ ମଟର ସାଇକେଲ ଚୋରି ଘଟଣାରେ ଏକ ବଡ଼ ସଫଳତା ହାସଲ ହୋଇଥିବା ବେଳେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୋଲିସ ୧୨ଟି ବାଇକ ଜବତ କରିଛି । ସୂଚନା ଅନୁଯାଇ ରାଜଗାଙ୍ଗପୁର ପୋଲିସ ବିଗତ ଦିନରେ ଚୋରି ହୋଇଥିବା ବାଇକ ଘଟଣାରେ ସମ୍ବଲପୁର ଜିଲ୍ଲା ଗଡ଼ପୋଷ ଅଞ୍ଚଳର କିଶୋର ମହାନନ୍ଦିଆଙ୍କୁ ଲିପଲୋଇର ପାନପଡାରେ ରହୁଥିବା ଭଡା ଘରୁ ଗିରଫ କରି ଥିବା ବେଳେ ୧୨ଟି ଚୋରି ମଟର ସାଇକେଲ ଜବତ କରିଛି ।
ଏହି ମଟର ସାଇକେଲ ରାଜଗାଙ୍ଗପୁର, କୁତ୍ରା, ବଡ଼ଗାଁ ଓ ଏହାର ଆଖ ପାଖ ଅଞ୍ଚଳରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ କିଶୋରଙ୍କୁ ପଚରାଉଚୁରା କରିବା ପରେ ବିଗତ ଦିନରେ ହୋଇଥିବା ମଟର ସାଇକେଲ ଚୋରି ଘଟଣାର ହୋଇଥିଲା ପର୍ଦା ଫାର୍ସ । ରାଜଗାଙ୍ଗପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କେଶ ନମ୍ବର 79/130/279 ଅନ୍ତର୍ଗତ ଆଇ ପି ସି ଧାରା ୩୭୯ ରେ ମାମଲା ରଜୁ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ପୋଲିସ ୧୨ଟି ବାଇକ କୁ ମଧ୍ୟ ଜବତ କରିଥିବା ବେଳେ ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜଗାଙ୍ଗପୁର ଏସ ଡ଼ି ପି ଓ ପ୍ରକାଶ କରିଛନ୍ତି ।