ଟାଙ୍ଗୀ : ମହିଳାଙ୍କ ଦ୍ୱାରା ପଥର ପକାଇ ରାସ୍ତା ଅବରୋଧ ଜବର ଦଖଲ ବିରୋଧରେ ତାତିଲେ ଗ୍ରାମବାସୀ

ଟାଙ୍ଗୀ:-୨୮/୦୮(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଟାଙ୍ଗୀ ତହସିଲ ଅନ୍ତର୍ଗତ କୁହୁଡି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ରତନପୁର ଗ୍ରାମ ପଞ୍ଚାୟତ ର ରତନପୁର ବ୍ରାହ୍ମଣ ଶାସନ ଗ୍ରାମର ମହିଳାମାନେ ସଙ୍ଘବଦ୍ଧ ହୋଇ ନିଜର ଗ୍ରାମ ରାସ୍ତା କୁ ପଥର ପକେଇ ଅବରୋଧ କରିଛନ୍ତି। ସୂଚନାଯୋଗ୍ୟ କି ଏହି ଗ୍ରାମକୁ ଆସୁଥିବା ପ୍ରମୁଖ ରାସ୍ତା ଦୀର୍ଘ ଦିନ ଧରି କିଛି ମୁଷ୍ଟିମେୟ ବ୍ୟକ୍ତି ଘର କରିବା,ପ୍ରାଚୀର ନିର୍ମାଣ କରିବା,ଏପରିକି ସରକାରୀ ରାସ୍ତାକୁ ଗ୍ରାମର କିଛି ଅସାଧୁ ବ୍ୟକ୍ତି ନିଜ ଅକ୍ତିଆର ରେ ଦଖଲ କରି ରଖିଛନ୍ତି।

ଯାହା ଫଳରେ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ ମଧ୍ୟ ପ୍ରଶାସନ କୁ କରିଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନେବାରୁ ବାଧ୍ୟହୋଇ ଗ୍ରାମବାସୀଙ୍କର ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବିଶେଷ କରି ଟାଙ୍ଗୀ ତହସିଲଦାର କିମ୍ବା କୁହୁଡି ରାଜସ୍ୱ ନିରୀକ୍ଷକ କୌଣସି ପଦକ୍ଷେପ ନନେବାରୁ ଜବର ଦଖଲ ଉଛେଦ ଦାବିରେ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ପଥର ପକେଇ ରାସ୍ତା ଅବରୋଧ କରିଛନ୍ତି।ତୁରନ୍ତ ଏ ଦିଗରେ ଟାଙ୍ଗୀ ତହସିଲଦାର, ଖୋର୍ଦ୍ଧା ଜିଲ୍ଲାପାଳ ପଦକ୍ଷେପ ନେବା ସହିତ ଜବର ଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।