ଚଣ୍ଡେଶ୍ଵର ଓମ୍ଫେଡ଼ ଜାଗା ଜବର ଦଖଲ ଅଭିଯୋଗ ବିବାଦୀୟ ସ୍ଥଳ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଚିଲିକା,୨୪/୦୮(ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲାର ଜାତୀୟ ରାଜପଥ ୧୬ ଐତିହାସିକ ଶୈବପୀଠ ପ୍ରଭୁ ଚଣ୍ଡେଶ୍ଵର ଦେବଙ୍କ ରାସ୍ତା ପାର୍ଶ୍ୱ ରେ ଥିବା ଚଣ୍ଡେଶ୍ୱର ଛକ ନିକଟରେ ଓମ୍ଫେଡ଼ ପ୍ଲାଣ୍ଟ ଅବସ୍ଥିତ।ଏହା ୧୯୮୮ ମସିହା ଅଗଷ୍ଟ ୧୫ରୁ ସ୍ଥାପିତ ହୋଇଛି।ଉକ୍ତ ପ୍ଲାଣ୍ଟ ର ଶାବକ ତଥା ପ୍ଲଟ ନମ୍ବର ୩୨୫ ରେ ଅବସ୍ଥିତ।କିସମ ଗୋଚର ସହ ସମୁଦାୟ ଦୁଇ ଏକର ଅଞ୍ଚଳରେ ଅବସ୍ଥିତ।ଓମ୍ଫେଡ଼ ପ୍ଲାଣ୍ଟ ଟି ଚଣ୍ଡେଶ୍ୱର ଅଞ୍ଚଳର ଗୌରବ ର ପ୍ରତୀକ ସହ ଏହା ଏକ ମାତ୍ର ସରକାରୀ ଅନୁଷ୍ଠାନ ଅଟେ।ସୂଚନାଯୋଗ୍ୟ କି ବର୍ତ୍ତମାନ ଭାରତ ସରକାରଙ୍କ ତରଫରୁ ଏନ୍.ଡି.ଡି.ବି ସହାୟତା ରେ ଦୈନିକ ତିରିଶ ହଜାର କ୍ଷମତା ବିଶିଷ୍ଟ ଦୁଗ୍ଧ ପ୍ଲାଣ୍ଟ କରିବାପାଇଁ ସରକାରୀ ଅନୁଦାନ ଆସି କାମ ଚାଲୁଅଛି।କିନ୍ତୁ ଉକ୍ତ ପରିସର ମଧ୍ୟରେ ଜବର ଦଖଲ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ।ଯାହା ଫଳରେ ପ୍ଲାଣ୍ଟ ର ଅଗ୍ରଗତି ହେଇପାରୁ ନାହିଁ।ସ୍ଥାନୀୟ ଯୁବନେତା ତଥା ଚଣ୍ଡେଶ୍ୱର ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ ଅଭିଯୋଗ କରିଛନ୍ତି କି ସ୍ଥାନୀୟ ବିଧାୟକ ଚିଲିକା, ଚଣ୍ଡେଶ୍ୱର ର ବର୍ତ୍ତମାନ ସରପଞ୍ଚ ଏବଂ କିଛି ସ୍ଥାନୀୟ ବ୍ୟକ୍ତି ଜାଣିଶୁଣି ଜବର ଦଖଲ କରିବା ସହ ପ୍ଲାଣ୍ଟ ଟିକୁ ବନ୍ଦ କରିବାକୁ ପ୍ରତ୍ୟକ୍ଷ ଚେତାବନୀ ଦେଇଛନ୍ତି।ସୂଚନାଯୋଗ୍ୟ କି ୦୨/୧୨/୨୦୧୯ ରେ ତହସିଲଦାର ଚିଲିକା ଙ୍କୁ ଏ ବିଷୟରେ ପ୍ଲାଣ୍ଟ ମ୍ୟାନେଜର ଲିଖିତ ଅଭିଯୋଗ କରିଥିଲେ।ତହସିଲଦାର ଚିଲିକା ଙ୍କର ନିର୍ଦ୍ଦେଶ ରେ ୨୪/୧୨/୨୦୧୯ ମାପ ହେଉଥିବା ବେଳେ ଜବର ଦଖଲ କରିଥିବା ବ୍ୟକ୍ତି ମାନେ ମାପକୁ ବିରୋଧ କରିଥିଲେ ଏବଂ ସ୍ଥାନୀୟ ପ୍ଲାଣ୍ଟ ରେ କର୍ମରତ ଯୁବକ ମାନଙ୍କ ସହ ଝଗଡା ହୋଇଥିଲା।ଏ ସମ୍ପର୍କରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ବି ପୋଲିସ ଚୁପ ରହିଥିଲା।ପରବର୍ତ୍ତୀ ସମୟରେ କର୍ତବ୍ୟ ରତ କର୍ମଚାରୀ ଙ୍କ ବିରୁଦ୍ଧରେ ମିଥ୍ୟା କେଶ୍ କରଯାଇ କଣ୍ଠରୋଧ କରିବାକୁ ଉଦ୍ୟମ ହୋଇଥିଲା।ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ କହିଛନ୍ତି କି ବିଧାୟକ ଚିଲିକା କିଛି ଦିନ ତଳେ ପୁନର୍ବାର ଜେସିବି ଲଗାଇ ଓମ୍ଫେଡ଼ ଜମା କରିଥିବା ତାରବାଡ଼ କୁ ଭାଙ୍ଗି ନିଜ ଅକ୍ତିଆର କୁ ଆଣିବାକୁ ଚେଷ୍ଟା କରିଥିଲେ।ଏ ବିଷୟରେ ଜିଲ୍ଲାପାଳ ଖୋର୍ଦ୍ଧା, ଓମ୍ଫେଡ଼ ପରିଚାଳନା ନିର୍ଦ୍ଦେଶକ, ତହସିଲଦାର, ଥାନାଧିକାରୀ ଙ୍କୁ ଅବଗତି କରିଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି।ଅପରପକ୍ଷରେ ପ୍ରଶାସନ ପକ୍ଷରୁ ପୁନର୍ବାର ତହସିଲଦାର ଚିଲିକା ଙ୍କୁ ମପିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସ୍ଥାନୀୟ ଅଧିବାସୀ କହିଛନ୍ତି କି ନକ୍ସା ପରିବର୍ତ୍ତନ ପାଇଁ ଚେଷ୍ଟା କରାଯାଉଛି।ତେଣୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ।ଏହି ଆନ୍ଦୋଳନ ବେଳକୁ ବେଳ ଉଗ୍ରରୂପ ନେଉଥିବା ବେଳେ ବିବାଦୀୟ ସ୍ଥଳ ପରିଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୁବଶୀଘ୍ର ପ୍ରଶାସନିକ ସ୍ତରରେ ପଦକ୍ଷେପ ନନେଲେ ଏହା ଅଞ୍ଚଳର ସ୍ୱାଭିମାନ ପାଇଁ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସ୍ଥାନୀୟ ଅଧିବାସୀ କହିଥିବା ବେଳେ ଭାରତୀୟ ଜନତା ପାର୍ଟି ଏହାର ଦୃଢ଼ ବିରୋଧ କରିବ ବୋଲି ପୂର୍ବତନ ସରପଞ୍ଚ ଦୀନବନ୍ଧୁ ସାହୁ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ସରକାର ଙ୍କୁ ଚେତାବନୀ ଦେଇଛନ୍ତି।