ରାଜଗାଙ୍ଗପୁର ମିଡ଼ିଆ କ୍ଳବ ର ସାଧାରଣ ବୈଠକ ଅନୁଷ୍ଠିତ

ରାଜଗାଙ୍ଗପୁର, ୨୧।୦୮, (ମନୋଜ ଭୋଳଙ୍କ ରିପୋର୍ଟ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ମିଡ଼ିଆ କ୍ଳବ ତରଫରୁ ଶୁକ୍ରବାର ଦିନ ଅପରାହ୍ନ ରେ ପୂର୍ତ୍ତବିଭାଗ ଡାକବଙ୍ଗଳା ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ରାଉରକେଲା ମିଡ଼ିଆ କ୍ଳବ ଉପଦେଷ୍ଟା ତଥା ଇଣ୍ଡିଆନ ୟୁନିଅନ ଅଫ ୱାର୍କିଙ୍ଗ ଜନଲିଷ୍ଟ ର ସର୍ବ ଭାରତୀୟ ସଭାପତି ପୀତବାସ ମିଶ୍ର ଉପସ୍ଥିତ ରହି ସମ୍ବାଦିକ ଙ୍କ ସୁବିଧା ଅସୁବିଧା ଓ ବିଭିନ୍ନ କ୍ଷେତ୍ର ରେ ସରକାର ଙ୍କ ସାମ୍ବାଦିକ ଙ୍କ ପ୍ରତି ଅବହେଳା କୁ ନେଇ ଆଲୋକପାତ କରିବା ସହ ରାଜଗାଙ୍ଗପୁର ମିଡ଼ିଆ କ୍ଳବ କୁ ଶୁଭ ଆଶ୍ରିବାଦ ଦେଇଥିଲେ । ଏହି ବୈଠକ ରେ ଶ୍ରୀ ମିଶ୍ର କହିଥିଲେ ଆଗରୁ ପ୍ରିଣ୍ଟ ମିଡ଼ିଆ ଥିବା ବେଳେ ବର୍ତ୍ତମାନ ପ୍ରିଣ୍ଟ ଓ ୱେବ ମିଡ଼ିଆ ଉଭୟ ଖବର ପ୍ରସାରଣ ହେଉଛି । ଯାହା ମାଧ୍ୟମ ରେ ଜନସାଧାରଣ ଖବର ପାଇପାରୁଛନ୍ତି । ହେଲେ ସରକାର ସାମ୍ବାଦିକ ଙ୍କ କ୍ଷେତ୍ର ରେ ଅବହେଳା କରୁଛନ୍ତି । ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ କେତେବେଳେ କରୋନା ଯୋଦ୍ଧା ତ କେତେବେଲେ ଦୁର୍ନୀତି କୁ ଲୋକ ଲୋଚନକୁ ଆଣୁଥିବା ବେଳେ ମଧ୍ୟ ସାମ୍ବାଦିକ ଙ୍କୁ ଅବହେଲେ କରାଯାଉଛି । ଏଣୁ ସମସ୍ତ ସାମ୍ବାଦିକ ମାନେ ଏକ ହୋଇ ନିଜ ନିଜ କ୍ଷେତ୍ରରେ ଏକତ୍ର କାର୍ଯ୍ୟ କଲେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବ । ଶ୍ରୀ ମିଶ୍ର ଙ୍କ ଏକ ପଂକ୍ତି କଲମ ରାଗିଲେ ସରକାର ତୁମେ ରହିବ ନାହିଁ ଏହା ବୈଠକ ରେ ଏକ ଆକର୍ଷଣ ଆଣିଥିଲା । ଆଗରୁ ସବୁ ଜାଗାରେ ପ୍ରେସ କ୍ଳବ ରହିଥିବା ଯାହା ଅତ୍ୟନ୍ତ ଦୁଃଖ ର ବିଷୟ ହୋଇଥିବା ବେଳେ ସେଠାରେ ଥିବା ପୁରୁଣା ସଦସ୍ୟ ମାନେ ନିଜର ଆଧିପତ୍ୟ ପାଇଁ ନୂତନ ସାମ୍ବାଦିକ ସଦସ୍ୟ ମାନଙ୍କୁ ଗ୍ରହଣ କରୁନଥିବା ବେଳେ ବର୍ତ୍ତମାନ ରାଉରକେଲା ଓ ରାଜଗାଙ୍ଗପୁରରେ ମିଡ଼ିଆ କ୍ଳବ ଏହି ନୂତନ ପିଢୀକୁ ଅନ୍ତଭୁକ୍ତ କରିଛନ୍ତି । ସାମ୍ବାଦିକ ବ୍ୟତୀତ ସହରର ସମାଜ ସେବୀ ଓ ବହୁ ବୁଦ୍ଧିଜୀବୀ ବ୍ୟକ୍ତିଙ୍କୁ ନେଇ ଏହି କ୍ଳବ ଖୁବ ଶୀଘ୍ର ଶୀର୍ଷରେ ପହଁଚିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସଙ୍ଘର ସଭାପତି ଓ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ ଅନ୍ୟାନ ସଦସ୍ୟ ମାନଙ୍କ ଦ୍ୱାରା ଶ୍ରୀ ମିଶ୍ର ଙ୍କୁ ସମ୍ମାନିତ କରାଯିବା ସହ ଏହି ବୈଠକ ର ସମାପ୍ତ ହୋଇଥିଲା !