ରାୟଗଡା, (ସିଦ୍ଧାର୍ଥ ଦାସ) ରାୟଗଡା ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଲ ସୁଶାନ୍ତ ପାତ୍ର ଏବଂ ଭବାନୀ ଶଙ୍କର ତ୍ରିପାଠୀ ଙ୍କ ଦବଙ୍ଗଗିରି ଓ ସମସ୍ତ କାର୍ଯ୍ୟ ଜିଲ୍ଲା ସଦର ମହକୁମାର ରାସ୍ତାରେ ପଡି ହାଟରେ ଗଡୁଛି ।ଜିଲ୍ଲା ଅବକାରୀ ବିଭାଗରେ କାର୍ଯ୍ୟରତ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ ନାୟକ ଙ୍କ ସହ ଶ୍ରୀ ପାତ୍ର ଓ ଶ୍ରୀ ତ୍ରିପାଠୀ ଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ବର୍ତ୍ତମାନ ଜିଲ୍ଲା କାର୍ଯ୍ୟାଳୟ ରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟେ ସେମାନଙ୍କ ବାପାଙ୍କ ମୃତ୍ୟୁ ପରେ ଶ୍ରୀ ପାତ୍ର ୨୦୧୨ ମସିହା ରେ ଓ ଶ୍ରୀ ତ୍ରିପାଠୀ ୧୯୯୩ ମସିହାରେ କନେଷ୍ଟେବଲ ଭାବେ ଯୋଗ ଦେଇ ବର୍ତ୍ତମାନ ଇନ ଚାର୍ଜ ସୁପରିଟେଣ୍ଡେଣ୍ଟ ପ୍ରସନ୍ନ ନାୟକଙ୍କ ଛତ୍ରଛାୟା ତଳେ ରହି ନିଜକୁ ସୁପରିଟେଣ୍ଡେଣ୍ଟ ମଣୁଥିବା ଓ ନିଜ ଉପରିସ୍ଥ କର୍ମଚାରୀଙ୍କୁ ତାଗିଦ କରୁଥିବା ଏବଂ ତାଙ୍କ କଥା ମାନି ଚଳିବାକୁ କହୁଥିବା ଚର୍ଚ୍ଚା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଏହି ଘଟଣା କ୍ରମକୁ କୁ ନେଇ ଏମାନେ କାହାବାହୁ ଛତ୍ରଛାୟା ତଳେ ରହି ବଳିୟାନବୋଲି ବୁଦ୍ଧି ଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ଶ୍ରୀ ପାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ ହେଉଥିଲେ ସୁଦ୍ଧା ଶ୍ରୀ ନାୟକ କାହିଁକି ତାଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି ବୋଲିପ୍ରଶ୍ନ ଉଠୁଛି ।
ନିଜ ପରିବାରର ଜଣେ ଦସଦସ୍ୟ ଙ୍କ ନାମରେ ଥିବା ଜମିକୁ ଏକ ଦେଶୀ ଭାଟିକୁ ଲିଜ ରେ ଦେଇଥିବା ସହ ଆମ୍ଲଭଟ୍ଟା, ମୁନିଗୁଡା, କୁମୁତଲପେଟା ଏବଂ ରାୟଗଡା ରେ ଥିବା ଦେଶୀ ମଦ ଭାଟି ଗୁଡିକ ଠାରୁ ମୋଟା ଅଙ୍କ ର ଟଙ୍କା ଆଦାୟ କରି ନିଜେ ମାଲା ମାଲ ହେବା ସହ ଉପରିସ୍ଥ କର୍ମଚାରୀ ଙ୍କୁ ହାତଗୁଞ୍ଜା ଦେଇ ତାଙ୍କ ହାତ ବାରିସୀ ସାଜିଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭଯୋଗ ଉଠିଛି । ଏଭଳି ବାରମ୍ବାର ଅଭିଯୋଗ ହୋଇ ଆସୁଥିବା କୁ ନଜରରେ ରଖି ସୁପରିଟେଣ୍ଡେଣ୍ଟ ଓ ରାୟଗଡା ଜିଲ୍ଲା ପାଳଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଥିବା ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ର ଭିଡିଓ ଏବଂ ଅଡିଓ ଆମ୍ଭ ନିକଟରେ ପହଞ୍ଚିଛି । ଏହାକୁ ଆଧାର କରି ବିଭାଗ ର କମିଶନର ଏବଂ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଦାବୀ ହେଉଛି । ଦେଖିବାକୁ ରହିଲା ଦୋଷୀ କେବେ ଠାବ ହୋଇ ଦଣ୍ଡ ପାଉଛି ନା ରାଜନୈତିକ ବାହୁ ଛାୟା ତଳେ ଲୁଚିରହି ଯାଉଛି ।