ଡାଲମିଆ ସିମେଣ୍ଟରେ ସ୍ୱାଧୀନତା ଦିବସ ପାଳିତ

ରାଜଗାଙ୍ଗପୁର : (ମନୋଜ ଭୋଳ)ରିସ୍ଥାନୀୟ ବୀର ବିର୍ସା ଷ୍ଟାଡିଅମରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଡାଲମିଆ-ଓସିଏଲ ରିଫ୍ରାକଟୋରୀ ବିଭାଗର ବରିଷ୍ଠ ଅଧିକାରୀ ଡି.ସି ଦାସପଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଦେଶ ଏବଂ ଦେଶର ମହାନ ଇତିହାସ ପ୍ରତି ସମ୍ମାନ ଅର୍ପଣ କରିଥିଲେ l ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ-19 ନିୟମକୁ ଧ୍ୟାନରେ ରଖି ଅଳ୍ପ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ନେଇ ଚଳିତ ବର୍ଷର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l
କୋରୋନା ସଂକ୍ରମଣ କୁ ଧ୍ୟାନ ରଖି ଚଳିତ ବର୍ଷ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ଼ ପ୍ରଦର୍ଶନ କୁ ସରକାର ବାଦ କରିଥିଲେ l ଏହି ଅବସରରେ ଡାଲମିଆ ବିଦ୍ୟାଳୟର ମାଟ୍ରିକ ଏବଂ +୨ ପରୀକ୍ଷାରେ ଉଲେଖିନିୟ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କ ନାମ ଘୋଷଣା କରାଯିବl ସହିତ ତାଙ୍କ ପୁରସ୍କାର ବିଦ୍ୟାଳୟ କୁ ପଠେଇଦେବାକୁ କୁହାଯାଇଥିଲା l ଏହି ଅବସରରେ ଡାଲମିଆ ସିମେଣ୍ଟ କମ୍ପାନୀର ବୟୋଜ୍ୟେଷ୍ଠ କର୍ମଚାରୀ ମନୋଜ କୁମାର ମାହାନା ଓ ଡାଲମିଆ-ଓସିଏଲ ରିଫ୍ରାକଟୋରୀ ର ଡି.ସି ଦାସପଟନାୟକ ଓ ସୁନ୍ଦରମଣି ନାୟକଙ୍କୁ ସମ୍ମାନିତ କରାଯାଇଥିଲା l ସୁରକ୍ଷା ଏବଂ ଦମକଳ ବିଭାଗର କର୍ମଚାରୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ମଧ୍ୟ ସମ୍ମାନିତ କରାଯାଇଥିଲା l

ସମ୍ମାନିତ ଅତିଥି ଭାବେ ଡାଲମିଆ ସିମେଣ୍ଟର ଜାତୀୟ ଉତ୍ପାଦନ ମୁଖ୍ୟ ଶ୍ରୀ ଗଣେଶ ଡବ୍ଲୁ ଜିରକୁଣ୍ଠୱାର, ରାଜଗାଙ୍ଗପୁର ଡାଲମିଆ-ଓସିଏଲ ରିଫ୍ରାକଟୋରୀ ମୁଖ୍ୟ ବୀରେନ୍ଦ୍ର ପ୍ରସାଦ, ରାଜଗାଙ୍ଗପୁର କାରଖାନା ମୁଖ୍ୟ ଚେତନ ଶ୍ରୀବାସ୍ତବ ଏବଂ ଡାଲମିଆ ବିଦ୍ୟାମନ୍ଦିର ଅଧକ୍ଷ ଡ୍ର ରାଘବେନ୍ଦ୍ର ଦିବେଦି ସେଠାରେ ଉପସ୍ଥିତଥିଲେ l ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୃଜିତ ମିଶ୍ର, ଡ୍ର.ବଳରାମ ପଣ୍ଡା, ଅରବିନ୍ଦ ସିଂ, ଅବ୍ଦେଶ କୁମାର ପାଣ୍ଡେ, ସୁଧୀର ମହାନ୍ତି, ଅଭିଷେକ କୁମାର ମିଶ୍ର ସହିତ କମ୍ପାନୀର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅଭିଭାବକ ଉପସ୍ଥିତ ଥିଲେ l ଡାଲମିଆ-ଓସିଏଲ ରିଫ୍ରାକଟୋରୀ ମାନବ ସମ୍ବଳ ବିଭାଗର ବିଭୋର ପ୍ରସାଦ ସଭା ପରିଚାଳନା କରିଥିଲେ ଏବଂ ଡାଲମିଆ ସିମେଣ୍ଟ ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ ପଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l କମ୍ପାନୀର ଆଡମିନ, ଇଷ୍ଟେଟ, ସୁରକ୍ଷା ଏବଂ ଦମକଳ ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ l