ରାଜଗାଙ୍ଗପୁର ସହରରେ ସ୍ୱାଧୀନତା ଦିବସରେ ଖୋଲା ରହିଲା ସରକାରୀ ମଦ ଦୋକାନ !

ରାଜଗାଙ୍ଗପୁର :-ସାରା ରାଜ୍ୟ ରେ 75ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ସରକାର ଙ୍କ କୋଭିଡ଼ ଗାଇଡ଼ ଲାଇନ ମାନିବାକୁ ନିର୍ଦ୍ଧେଶ ରହିଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ସରକାରୀ ନିୟମ ଅନୁଯାଇ ସମ୍ପୂର୍ଣ ବନ୍ଦ ରହିଥିଲା !ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଦିନ ତମାମ ସରକାରୀ ବିଦେଶୀ ମଦ ଦୋକାନ ରେ ଚାଲିଥିଲା ମଦ ବିକ୍ରି !ସରକାର ଙ୍କ କରୋନା ଗାଇଡ଼ ଲାଇନ କଥା ପଚାରୁଛି ବା କିଏ !ସୂଚନା ଅନୁଯାଇ ସରକାର ଙ୍କ ନିର୍ଦ୍ଧେଶ ଅନୁସାରେ କୋଭିଡ଼ ନିୟମକୁ ପାଳନ କରି ସ୍ୱାଧୀନତା ଦିବସ ପାଳନ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଜଣାପଡି ଥିଲା !ଏହା ସହ ସ୍ୱାଧୀନତା ଦିବସରେ ସରକାରୀ କାର୍ଯ୍ୟାଳୟ ସହ ପେଟ୍ରୋଲ ପମ୍ପ ଓ ଅନ୍ୟାନ ସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ରାଜଗାଙ୍ଗପୁର ସହର ସରକାରୀ ମଦ ଦୋକାନ ଗୁଡିକ ରେ ଚାଲିଥିଲା ଖୁଲମ ଖୁଲା ମଦ ବିକ୍ରି!ଦିନ ତମାମ ରାଜଗାଙ୍ଗପୁର ସହର ସୁବାଷ ଛକ ସ୍ଥିତ ବିଦେଶୀ ମଦ ଦୋକାନ ଓ ରାନିବନ୍ଦ ସ୍ଥିତ ବିଦେଶୀ ଦୋକାନ ରହିଥିଲା ଖୋଲା !ଏହା ସହ ଗ୍ରାହକ ଙ୍କ ମଧ୍ୟ ହୋଇଥିଲା ପ୍ରବଳ ଭିଡ଼!ଏଠାରେ ସରକାରୀ ମଦଦୋକାନ କର୍ମଚାରୀ ସହ ଗ୍ରାହକ ମଧ୍ୟ ସରକାର ଙ୍କ କୋଭିଡ଼ ନିୟମ କୁ ଉଲଂଘନ କରିଥିବା ଦେଖିବାକୁ ମିଳିଥିଲା ! ସରକାରୀ ମଦ ଦୋକାନ ସ୍ୱାଧୀନତା ଦିବସ ରେ ବନ୍ଦ ରହିବା ନିର୍ଦ୍ଧେଶ ରହିଥିବା ବେଳେ କାହାର ନିର୍ଦ୍ଧେଶ ରେ ଏହା ସମ୍ପୂର୍ଣ ରହିଥିଲା ଖୋଲା ଏହାକୁ ନେଇ ଜନସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଶ୍ନ ଉଠୁଛି ସରକାରୀ ନିୟମ କେବଳ ଜନସାଧାରଣ ଙ୍କ ପାଇଁ ହେଲେ ସରକାରୀ ବିଦେଶୀ ମଦ ଦୋକାନୀଙ୍କ ପାଇଁ ସଭିଏଁ ସାଜନ୍ତି ନିରବଦ୍ରଷ୍ଟା!