ବାଣପୁର : ୬୭ ଦିନ ପରେ ସାଉଦି ଆରବରୁ ଫେରିଲା ଓଡିଆ ଶ୍ରମିକଙ୍କ ମୃତ ଦେହ

ବାଣପୁର,୦୮/୦୮ (ଗାୟତ୍ରୀ ମୁଦୁଲି), ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଗମେଇ ଗ୍ରାମର ରବୀନ୍ଦ୍ରନାଥ ଜେନାଙ୍କର ପୁଅ ରମେଶ ଚନ୍ଦ୍ର ଜେନା (୩୯ ବର୍ଷ ) ମଇ ମାସ ୨୦୧୪ ରେ ସାଉଦି ଆରବର ଅଲ ରୁସାଇଦ କନଷ୍ଟ୍ରକସନ କମ୍ପାନିରେ ଶ୍ରମିକ ଭାବେ ଯୋଗଦେଇଥିଲେ । ସେ ARCC (AL RUSHAID CONSTRUCTION COMPANY) ର ABQAIR ପ୍ରୋଜେକ୍ଟରେ କାର୍ଯ୍ୟରତ ଥିଲେ । ପାରିବାରିକ କଳହକୁ ନେଇ ସେ ୦୧।୦୬।୨୧ ରେ ସାଉଦି ଆରବରେ ଆତ୍ମହତ୍ୟା କରିଥିଲେ ।

ତାଙ୍କର ମୃତ୍ୟୁ ଖବରକୁ ସେଠାରେ ଥିବା ତାଙ୍କର ସମ୍ଫର୍କୀୟ ଭାଇ ଶଙ୍କର ବିଶୋଇ ଓ କମ୍ଫାନୀ ତରଫରୁ ପରିବାରକୁ ସୂଚନା ଦିଆଯାଇଥିଲା । ମାତ୍ର କମ୍ଫାନୀ ପକ୍ଷରୁ ପରିବାର ସହ ଆଉ କୌଣସି ଯୋଗା ଯୋଗ ରହିଲା ନାହିଁ । ମୃତ ଶରୀର ଗ୍ରାମକୁ ଆଣିବା ପାଇଁ ପରିବାର ବର୍ଗ ଚିନ୍ତିତ ହୋଇ ପଡିଥିଲେ ସ୍ୱାମୀଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପରିବାର ବର୍ଗ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଥିଲେ । ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯିବାରେ ବିଳମ୍ବ ହେବାରୁ ପରିବାର ବର୍ଗ ଚିନ୍ତିତ ହୋଇ ପଡିଥିଲେ ।

ଭାରତୀୟ ଜୀବନ ବୀମା ନିଗମର ପୁରୀ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ଥାନୀୟ ଚମ୍ଫାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ସେମାନଙ୍କ ଅନୁରୋଧ ରକ୍ଷାକରି ୧୫।୦୬।୨୧ ପର ଠାରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହିତ ରିଆଦସ୍ଥିତ ଭାରତୀୟ ଦୂତାବାସର କନସୁଲାର ଅଧିକାରୀ ସଞ୍ଜିବ ଏବଂ କମ୍ଫାନୀର ମାନବ ସମ୍ବଳ ଅଧିକାରୀ ସହିତ ଯୋଗାଯୋଗ କରି ମୃତଦେହ ଗ୍ରାମକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇ ଥିଲେ । ଶେଷରେ ୦୬।୦୮।୨୧ରେ ଦମମରୁ ଲକ୍ଷ୍ନୋ, ୦୭।୦୮।୨୧ରେ ଲକ୍ଷ୍ନୋରୁ ଦିଲ୍ଲୀ ଓ ଦିଲ୍ଲୀରୁ ଏୟାର ଇଣ୍ଡିଆ ଫ୍ଲାଇଟ AI ଯୋଗେ ରାତ୍ର ୯.୦ରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ପରିବାର ବର୍ଗ ଗ୍ରାମକୁ ଆଣିଥିଲେ । ରାତ୍ରିରେ ଗ୍ରାମ ଶ୍ମଶାନରେ ଶବଦାହ କାର୍ଯ୍ୟ ସମ୍ଫନ୍ନ କରାଯାଇଛି । ଏହି ଘଟଣାରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଚି ହୋଇଛି । ସ୍ୱାମୀଙ୍କ ବକେୟା ପ୍ରାପ୍ୟ ସହିତ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରିବା ପାଇଁ ତାଙ୍କ ସ୍ତ୍ରୀ ମିତା ଜେନା କମ୍ଫାନୀ ଅଧିକାରୀଙ୍କୁ ଭାରତୀୟ ଦୂତାବାସ ମାଧ୍ୟମରେ ଅନୁରୋଧ କରିଛନ୍ତି ।