ଢେଙ୍କାନାଳ,୦୧।୦୮, ଢେଙ୍କାନାଳ ପୌରପାଳିକା ତରଫରୁ ଡେଙ୍ଗୁ ରୋଗର ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ସହର ମଧ୍ୟରେ ଡେଙ୍ଗୁ ପାଇଁ ମାଇକ ଯୋଗେ ପ୍ରଚାର କରାଯାଇ ସଚେତନ କରାଯାଇଛି । ସହରର ଡ୍ରେନ ଗୁଡିକରେ ମଶା ତେଲ ସିଞ୍ଚନ କରାଯାଉଛି । ଖୋଲା କୂପ ଗୁଡିକରେ ଵ୍ଲିଚିଂ ପକାଯାଇ ବିଶୋଧନ କରାଯାଉଛି ଡ୍ରେନ ଗୁଡିକୁ ସଫା କରାଯାଉଛି । ଅବ୍ୟବହୃତ ଟାୟାର ଗୁଡିକୁ ଦୋକାନରୁ ଅଣାଯାଇ ତାକୁ ନଷ୍ଟ କରିଦିଆଯାଉଛି । ସପ୍ତାହକୁ ୨ ଥର ସହର ମଧ୍ୟରେ ମଶା ଧୂଆଁ ଦିଆଯାଉଛି । ଏହିଭଳି ଭାବେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଢେଙ୍କାନାଳ ପୌରପାଳିକା ଦ୍ୱାରା ଗ୍ରହଣ କରାଯାଇଛି ଯାହାଦ୍ୱାରା ଢେଙ୍କାନାଳକୁ ଡେଙ୍ଗୁ ମୁକ୍ତ କରାଯାଇପାରିବ । ଏହି ସମସ୍ତ କାର୍ଯ୍ୟକ୍ରମ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସାନିଟାଇଜର ଇନିସପେକଟର ସନ୍ତୋଷ କୁମାର ମହାନ୍ତି , ଇନ୍ଚାର୍ଜ ଅଫିସର ବିଭୁତି ଭୂଷଣ ସ୍ୱାଇଁ ଙ୍କ ତତ୍ୱବାଧାନରେ ସମ୍ପାଦିତ କରାଯାଇଛି।