ଅନେକ ଦିନରୁ ଯଦି ଆପଣଙ୍କର ଦାନ୍ତ ଯଦି ହଳଦିଆ ହୋଇ ରହିଅଛି । ତେବେ ଏହି ଉପାୟ କରିବା ଦ୍ଵାରା ତାହା ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ । ଆଜି ଆମେ ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଦାନ୍ତକୁ ଚମକାଇ ପାରିବେ । ଏହା ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ । କେବଳ ୨ ମିନିଟ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର ଦାନ୍ତ ଚମକି ଉଠିବ । ଏଥିରୁ ଆପଣଙ୍କୁ କୌଣସି ପ୍ରକାରର କ୍ଷତି ହୋଇନଥାଏ । ଆପଣଙ୍କୁ ପ୍ରଚୁର ଲାଭ ମିଳିଥାଏ ।
୧- ନ୍ୟାଚୁରାଲ ଉପାୟରେ ଆପଣଙ୍କ ଦାନ୍ତକୁ ସଫା କରିବା ପାଇଁ ଆପଣଙ୍କୁ ପ୍ରଥମେ ଯେଉଁ ସାମଗ୍ରୀ ଆବଶ୍ୟକ ହେବାକୁ ଯାଉଅଛି ତାହା ହେଉଛି ଲବଙ୍ଗ । ଆପଣଙ୍କୁ ଏଥିପାଇଁ ୭ ରୁ ୮ ଟି ଲବଙ୍ଗର ଆବଶ୍ୟକ ପଡିବ । ଲବଙ୍ଗରେ ଆଣ୍ଟିବାୟୋଟିକ ଗୁଣ ରହିଥାଏ । ଏହା ଆପଣଙ୍କ ଦାନ୍ତ ଧଳା କରିବା ସହିତ ଆପଣଙ୍କର ଦାନ୍ତ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର କରିଥାଏ । ଆପଣ ଲବଙ୍ଗକୁ ଛେଚି ଗୁଣ୍ଡା କରି ନିଅନ୍ତୁ ।
୨- ଏହାପରେ ଦ୍ଵିତୀୟ ସାମଗ୍ରୀ ଟି ହେଉଛି ଲୁଣ, ଆପଣ ଲବଙ୍ଗ ଗୁଣ୍ଡରେ ଅଧ ଚାମଚ ଲୁଣକୁ ମିଶାଇ ଦିଅନ୍ତୁ । ଏହି ଉପାୟଟି ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ଆପଣ ଏହାକୁ ବ୍ୟବହାର କରିଲେ ନିଜେ ଅନୁଭୂତି କରିପାରିବେ ।
୩- ଏହାପରେ ତୃତୀୟ ସାମଗ୍ରୀ ଟି ହେଉଛି, ସୁଦ୍ଧ ହଳଦୀ ଗୁଣ୍ଡ । ହଳଦୀ ରେ ଏଭଳି ଗୁଣ ରହିଅଛି, ଯାହା ଆପଣଙ୍କ ଦାନ୍ତ କୁ ଧଳା କରିବା ସହିତ ଯଦି ଆପଣଙ୍କର ଦାନ୍ତ ପୋକ ଖାଉଅଛି ତେବେ ତାହାକୁ ମଧ୍ୟ ସଠିକ କରିବାରେ ବହୁତ ସହାୟ ହୋଇଥାଏ । ଯଦି ଆପଣ ଅଳ୍ପ ହଳଦିଗୁଣ୍ଡ ସହିତ ଏକ ଚାମଚ ନଡିଆ ତେଲ ମିଶାଇ ନୀତିଦିନ ବ୍ରସ କରନ୍ତି ତେବେ ଆପଣଙ୍କ ଦାନ୍ତ ସଫା ରହିବା ରହିତ କୌଣସି ପ୍ରକାରର ପୋକ ଜନିତ ସମସ୍ୟା ହେବନାହିଁ ।
୪- ଏହାପରେ ଚତୁର୍ଥ ସାମଗ୍ରୀ ଟି ହେଉଛି, କାଗେଜି ଲେମ୍ବୁ, ଲେମ୍ବୁରେ ଏସିଡ ଭାଗ ରହିଅଛି । ଏହା ଦାନ୍ତ ସଫା କରିବା ପାଇଁ ବହୁତ ସହାୟ ହୋଇଥାଏ । ଲେମ୍ବୁ ରେ ବହୁତ ଉଚ୍ଚ ମାତ୍ରାରେ ଏସିଡ ଭାଗ ରହିଥିବାରୁ ଏହାକୁ ଘରୋଇ ଉପଚାରରେ ଖାଲି ବ୍ୟବହାର କରିବା ବଦଳରେ ଆପଣ ଏଥିରେ ଟିକିଏ ପାଣି ମିଶାଇ ଏହି ଉପଚାରଟିକୁ ବ୍ୟବହାର କରନ୍ତୁ । ଏଥିରେ ଅଧ ଚାମଚ ଲେମ୍ବୁ କିଛି ପାଣି ମିଶାଇ ଏହି ମିଶ୍ରଣ ଟିକୁ ପ୍ରସ୍ତୁତ କରନ୍ତୁ ।
୫- ଏହାପରେ ଏଥିରେ ଆପଣ ନୀତିଦିନ ବ୍ୟବହାର କରୁଥିବା ଟୁଥପେଷ୍ଟ ର ବ୍ୟବହାର କରନ୍ତୁ । ସମସ୍ତ ଜିନିଷକୁ ଏକାଠି ଭଲ ଭାବରେ ମିଶାଇ ନିଜ ଦାନ୍ତରେ ଲଗାଇ ବ୍ରସ କରନ୍ତୁ । ଏହାକୁ ଭଲଭାବେ ନିଜ ଦାନ୍ତରେ ପ୍ରୟୋଗ କରନ୍ତୁ । ଆପଣ ଏହାକୁ ନୀତିଦିନ ପ୍ରୟୋଗ କରି ଅତିଶୀଘ୍ର ଏଥିରୁ ଲାଭ ପାଇ ପାରିବେ ।