ଟାଙ୍ଗୀ,୨୮/୦୭(ବିନୁ ଦାସ୍) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ତହସିଲ ଅନ୍ତର୍ଗତ ବୃଷବନ୍ଧ ପାହାଡ ରୁ କଳା-ମୁଗୁନୀ ପଥର ଚୋରି କରିବା ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ । ୭ଟି କଳା ମୁଗୁନି ପଥର ବୋଝେଇ ହାଇୱା ଟ୍ରକକୁ ଜବତ କରିଛନ୍ତି ଟାଙ୍ଗୀ ତହସିଲଦାର । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲଦାରଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହି ଧରପଗଡ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିବା ଯୋଗୁଁ ଏହି ଧରପଗଡ କରାଯାଇଛି ବୋଲି ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅଧିନରେ ରହିଛି ବୃଷବନ୍ଧ ପାହାଡ଼ । ଲଘୁ ଖଣିଜ ସମ୍ପଦରେ ଭରପୁର ରହିଛି ଏହି ପାହାଡ । ବେଆଇନ ଭାବେ ପାହାଡ କୁ ବ୍ଲାଷ୍ଟିଂ କରାଯାଇ କଳା ମୁଗୁନି ପଥର ଚୋରି କରି ନେଉଥିଲେ ପଥର ମାଫିଆ ।ବାରମ୍ବାର ଏହି କଳା ହୀରା କୁହାଯାଉଥିବା ବୃଷବନ୍ଧ ପାହାଡ଼ ଲୁଟ ଏବଂ ଡିନାମାଇଟ ଲଗାଇ ବିସ୍ଫୋରଣ ଘଟଣାକୁ ନେଇ ବାରମ୍ବାର ଗ୍ରାମବାସୀ ମାନେ ଆନ୍ଦୋଳନ କରୁଥିଲେ। କିନ୍ତୁ ଟାଙ୍ଗୀ ତହସିଲଦାରଙ୍କର ପକ୍ଷରୁ ଅଚାନକ ଚଢ଼ାଉ ଯୋଗୁଁ ଗ୍ରାମବାସୀ ଆସ୍ୱସ୍ତି ଲାଭ କରିଛନ୍ତି।